ହୀରା ଗହଣା ପିନ୍ଧିବାର ବିଧି

ହୀରାକୁ ରତ୍ନଗୁଡ଼ିକର ରାଜା କୁହାଯାଏ । ହୀରା ଗହଣା ପିନ୍ଧିବାର ଇଚ୍ଛା ଅଧିକାଂଶ ଲୋକଙ୍କର ଥାଏ । ଜ୍ୟୋତିଷ ଶାସ୍ତ୍ରରେ ହୀରାକୁ ଶୁକ୍ର ଗ୍ରହଙ୍କର ରତ୍ନ ବୋଲି କୁହାଯାଉଥିବାବେଳେ ଶୁକ୍ରଙ୍କର ପୀଡ଼ାକୁ ଶାନ୍ତ କରି ଏହା ମଜଭୁତ କରେ । ଶୁକ୍ରଙ୍କୁ ବୈବାହିକ ଜୀବନର କାରକ ମଧ୍ୟ କୁହାଯାଏ । ତେଣୁ ହୀରା ପିନ୍ଧିଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆକର୍ଷଣ ବଢ଼େ । ଯଦି ଆପଣ ହୀରା ଧାରଣ କରିବା ବିଷୟରେ ଭାବୁଥାଆନ୍ତି ତେବେ କେତେକ ଜିନିଷ ଜାଣିନିଅନ୍ତୁ ।
ହୀରାକୁ ନେଇ ଏପରି କୁହାଯାଏ ଯେ, ଏହାର ଓଜନ ଯେତେ ଅଧିକ ହୀରା ସେତିକି ମୂଲ୍ୟବାନ୍ । ଯଦି ହୀରାର କୌଣସି ଭାଗରେ ସାମାନ୍ୟ ବି ଦୋଷ ଥାଏ ତେବେ ମୂଲ୍ୟ କମିଯାଏ ।
ବୃଷ ଓ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ହୀରା ଶୁଭ । ଏହି ରାଶିର ବ୍ୟକ୍ତି ହୀରା ଧାରଣ କଲେ ସେମାନଙ୍କ ବୈବାହିକ ସମ୍ବନ୍ଧରେ ସୁଖଶାନ୍ତି ବଜାୟ ରହିବା ସହ ଧନପ୍ରାପ୍ତି ମଧ୍ୟ ହୁଏ ।
ହୀରା ମୁଦି ଏବଂ ହାର ପିନ୍ଧିବା ସବୁଠୁ ଅଧିକ ଶୁଭଙ୍କର । ଜ୍ୟୋତିଷ ବିଦ୍ୟାରେ କୁହାଯାଇଛି ଯେ, ହୀରାର ଶୁଭ ପ୍ରଭାବ ପାଇଁ ଏହି ମୁଦିକୁ ପୂଜା କରି ଶୁକ୍ରବାର ଦିନ ପିନ୍ଧିବା ଉଚିତ୍ ।
ବ୍ୟବସାୟ, ଫିଲ୍ମ ଉଦ୍ୟୋଗ ତଥା କଳା କ୍ଷେତ୍ର ହୀରା ସହ ଜଡ଼ିତ । ତେଣୁ ଏଥିପାଇଁ ହୀରା ପିନ୍ଧିବା ସବୁଠୁ ଅଧିକ ଲାଭଦାୟକ । ହୀରା ପିନ୍ଧିଲେ ବ୍ୟକ୍ତି ଏହିସବୁ କ୍ଷେତ୍ରରେ ସଫଳତା ପାଇପାରିବ । ଏଥିସହ ପ୍ରେମ ସମ୍ପର୍କରେ ମଧ୍ୟ ମଧୁରତା ଆସେ । ବିବାହରେ ବିଳମ୍ବତା ପ୍ରକାଶ ପାଇଲେ ହୀରା ପିନ୍ଧିଲେ ଏଥିରୁ ମୁକ୍ତି ପାଇପାରିବେ ।
ଏହି ରତ୍ନ ପିନ୍ଧିଲେ ଆୟୁଷ ବଢ଼ିବା ସହ ମଧୁମେହ ଏବଂ ଦୃଷ୍ଟିଶକ୍ତି ରୋଗରୁ ମୁକ୍ତି ପାଇବେ ।
ସବୁଠୁ ମହଙ୍ଗା ରତ୍ନ ହେଉଛି ହୀରା । ଯଦି ନିଜ ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି ହୀରା କିଣି ନପାରିଲେ ଏହା ବଦଳରେ ହୀରା ପରି ଜରକନ, ଫିରୋଜା, ଓପଲ୍ କିମ୍ବା କୁରଙ୍ଗୀ ଧାରଣ କରିପାରନ୍ତି । ଏସବୁ ହୀରା ସହ ସମାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ