ହେ ଗଣେଷ ଦିଅଁ ଖଡି ଛୁଆଁରୁ ତୁମ ସହିତ ହୋଇଛି ଭାବ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଛି “ହେ ଗଣେଷ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ” । ଛୋଟ ପିଲାଙ୍କ ଦାରା ଗଣେଷ ମହାପ୍ରଭୂଙ୍କ ନିକଟରେ ଭଜନ ଗାଇ ଖୁସିରେ ଅଭିନୟ କରି ଗାଇଗାଇ ନାଚି ଗଣେଶ ଭଜନ ପରିବେଷଣ ପୂଜାରେ ଭକ୍ତି ଭାବ ସ୍ୟୃଷ୍ଟି କରିବ ।ଏଥିିରେ ଛୋଟ ପିଲାଟି ତା କଣ୍ଠରେ ଆହୁରୀ ଗାଇଛି, ପୁରାଣ ଶାସ୍ତ୍ରରୁ ମୋ ପିତାମାତା ଗଣେଷ ମହାପ୍ରଭୁଙ୍କ ବିଷୟରେ ମୋତେ କହୁଥିଲେ, ଗଣେଷ ମହାପ୍ରଭୂ ଲଡୁ ଖାଆନ୍ତି । ଆଉ ଅବାଟରେ ଗଲେ ସେ ତୋତେ ବାଟ ଦେଖାଇଦେବେ, ଏମିତି ବହୁତ କଥା । ହେ ଗଣେଷ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ ହୋଇଛି । ଏଥିରେ କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର ଜେଡି ଜଗ୍‌ଦିଶ ଅଭିନୟ କରିଛନ୍ତି । ସେହିପରି ଏଥିରେ କଣ୍ଠଦାନ କରିଛନ୍ତି ଜୁନିୟର ଜେଡି ଜଗଦିଶ, ପ୍ରଯୋଜକ ଭରତ ବେହେରା, ଜଗା ଜେଡି କ୍ରିୟେସନର ମୁଖ୍ୟ ଜଗନ୍ନାଥ ଦାଶ ମହାନ୍ତି, ଗୀତିକାର ଅରୁଣ ସାହୁ, ଓ ଉପଦେଷ୍ଠା ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତି । ସଂଗୀତରେ ସଜାଇଛନ୍ତି ହାପି ମିଶ୍ର, ଭିଜୁଆଲ ଡାଇରେକଟର ସଚ୍ଚିଦାନଦ ସାମଲ, ସହ ପ୍ରଯୋଜକ ମାଧବ ମହାରଣା । ପିଲାମାନେ ଏହି ଭିଡିଓରୁ ବହୁତ ଶିକ୍ଷା ପାଇପାରିବେ ବୋଲି କଳାକାରମାନେ କହିଛନ୍ତି । ଜଗା ଜେଡି କ୍ରିଏସନ ୟୁଟୁବ୍ ଚ୍ୟାନେଲରେ ଗଣେଷ ପୂଜାରେ ଓଡିଶାର ସମସ୍ତ ଜନସାଧାରଣ ବିଘ୍ନ ବିନାଶକ ଗଣେଷ ମହାପ୍ରଭୁଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଗଣେଷ ପୂଜାକୁ ଆନନ୍ଦର ସହ ଉପଭୋଗ କରିପାରିବେ ବୋଲି କୁହାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ