ହ୍ରିତିକଙ୍କ ଫିଟ୍‌ନେସ୍‌ ରହସ୍ୟ

ନିଜ ବଡ଼ି ଓ ଫିଟ୍‌ନେସ୍‌ ଜରିଆରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ହ୍ରିତିକ ଏତେ ବୟସରେ ବି ତାଙ୍କ ଫିଟ୍‌ନେସ୍‌ର କୌଣସି ଜବାବ ନାହିଁ। ୟଙ୍ଗଷ୍ଟରଙ୍କ ମଧ୍ୟରେ ନିଜ ବଡି ଓ ଫିଟ୍‌ନେସ୍‌ କ୍ରେଜ୍‌ ବଢ଼ାଇଥିବା ହ୍ରିତିକଙ୍କୁ ପାଖାପାଖି ୧ ମାସ ପୂର୍ବରୁ ଏସିଆର ସବୁଠାରୁ ସେକ୍ସି ପୁରୁଷ ଭାବେ ଚୟନ କରାଯାଇଥିଲା। ଚାଲନ୍ତୁ ଜାଣିବା ନିଜ ଫିଟ୍‌ନେସ୍‌ ଓ ଡାଏଟ୍‌କୁ ନେଇ ହ୍ରିତିକ କ’ଣ କରନ୍ତି।
ଗ୍ରୀକ୍‌ ଗଡ୍‌ ଅଫ୍‌ ବଲିଉଡ୍‌
ହ୍ରିତିକ ରୋଶନଙ୍କୁ ତାଙ୍କ ହାଇଟ୍‌, ଫିଟ୍‌ନେସ୍‌ ଓ ବ୍ୟକ୍ତିତ୍ବ ପାଇଁ ‘ଗ୍ରୀକ୍‌ ଗଡ୍‌ ଅଫ୍‌ ବଲିଉଡ୍‌’ ବୋଲି କୁହାଯାଏ। ଏମିତି ଗୋଟିଏ ସମୟ ଥିଲା, ଯେଉଁ ସମୟରେ ହ୍ରିତିକ ଥଙ୍ଗେଇ କଥା ହେବା ଓ ୬ ଆଙ୍ଗୁଠି ପାଇଁ ହ୍ରିତିକ ବହୁତ ମାନସିକ ଚିନ୍ତାରେ ଥିଲେ।
ଡାଏଟ୍‌କୁ ନେଇ ଷ୍ଟ୍ରିକ୍ଟ
ହ୍ରିତିକ ନିଜ ଡାଏଟ୍‌କୁ ନେଇ ବହୁତ ଷ୍ଟ୍ରିକ୍ଟ ହୋଇଥାନ୍ତି। ସେ କେବଳ ହେଲ୍‌ଦି ଡାଏଟ୍‌ ନେବାକୁ ପସନ୍ଦ କରନ୍ତି। ଯଥାସମ୍ଭବ କମ୍‌ ତେଲ ଓ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବାକୁ ସେ ପସନ୍ଦ କରନ୍ତି। ନିଜ ଫିଟ୍‌ନେସ୍‌କୁ ଅକ୍ଷୂଣ୍ଣ ରଖିବା ଲାଗି ହ୍ରିତିକ ସବୁଜ ପନିପରିବା, ଫ୍ୟାଟ୍‌ ଫ୍ରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ପ୍ରୋଟିନ୍‌ଯୁକ୍ତ ଡାଏଟ୍‌ ତାଙ୍କ ମାଂସପେଶୀକୁ ଲିନ୍‌ ଓ ଫ୍ଲେକ୍ସିବଲ ରଖିବାରେ ସାହାଯ୍ୟ କରେ। ପନିପରିବା ଖାଇବାକୁ ପସନ୍ଦ କରୁଥିବା ହ୍ରିତିକ ବ୍ରୋକୋଲି ଖାଇବାକୁ ବହୁତ ପସନ୍ଦ କରନ୍ତି। ପ୍ରତିଦିନ ସେ ସିଝା ପରିବା କିମ୍ବା ବାମ୍ଫ ଦେଇ ସିଝା ଯାଇଥିବା (ଷ୍ଟିମ୍‌ଡ ଭେଜିଟେବଲ) ଖାଇବାକୁ ପସନ୍ଦ କରନ୍ତି। ବେଳେବେଳେ ହ୍ରିତିକ ଫ୍ରାଏଡ୍‌ ପନିପରିବା ମଧ୍ୟ ଖାଇଥାନ୍ତି। ତେବେ ଏଥିରେ ତେଲ ବହୁତ କମ୍‌ ବ୍ୟବହାର କରାଯାଇଥାଏ।
ଫିଟ୍‌ନେସ୍‌ର ସିକ୍ରେଟ୍‌ ରୁଲ୍‌
ୱାର୍କଆଉଟ୍‌ କରିବା ପରେ ୪୫ ମିନିଟ୍‌ ଯାଏ ହ୍ରିତିକ କିଛି ଖାଇ ନ ଥାନ୍ତି। ଏହାବ୍ୟତୀତ ସାରା ଦିନ ସେ ଯାହା କିଛି ବି ଡାଏଟ୍‌ ସେବନ କରନ୍ତି, ସେଥିମଧ୍ୟରେ ଅତିକମ୍‌ରେ ୨ ଘଣ୍ଟାର ଗ୍ୟାପ୍‌ ରଖିଥାନ୍ତି।
ପସନ୍ଦର ମିଠା
ହ୍ରିତିକ ଡାଏଟ୍‌ ବ୍ୟତୀତ ଆଉ କିଛି ଖାଇ ନ ଥାନ୍ତି, ଏହା ବି ସତ ନୁହେଁ। ମିଠା ଭାବେ ଚକୋଲେଟ୍‌ ଖାଇଥାନ୍ତି। ଡେଜର୍ଟରେ ମଧ୍ୟ ହ୍ରିତିକ ଚକୋଲେଟ୍‌ ଖାଇବାକୁ ପସନ୍ଦ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ