ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉଦ୍ୟମ
ମୁମ୍ବାଇ : ଦେଶର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ ଅଗ୍ରଣୀ କାର ନିର୍ମାତା ତଥା ବୃହତ୍ ପାସେଞ୍ଜର କାର୍ ରପ୍ତାନୀକାରୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ.(ଏଚ୍ଏମ୍ଆଇଏଲ୍) ପକ୍ଷରୁ ଗ୍ରାହକ ତଥା କର୍ମଚାରୀଙ୍କ ସୁରକ୍ଷା ପାଇଁ ବହୁବିଧ ଉଦ୍ୟମ ଗ୍ରହଣ କରାଯାଇଛି । ଏହାର ପ୍ରତି ବିତରଣ କେନ୍ଦ୍ରରେ ସାନିଟାଇଜ୍ ସୁବିଧାକୁ ବ୍ୟାପକ କରାଯାଇଛି । ଶୋରୁମ୍ ଏବଂ ୱାର୍କଶପ୍ରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରାଯାଉଛି । ସେହିପରି କମ୍ପାନୀ ପକ୍ଷରୁ ୬.୮ ଲକ୍ଷ ୩-ପ୍ଲାଏ, ଏନ୍-୯୦ ଏବଂ ଏନ୍-୯୫ ମାସ୍କ୍ ତଥା ୨୦,୦୦୦ ଅଧା ଲିଟର ଓ ୧.୫ ଲକ୍ଷ ୧୦୦ମିଲି ସାନିଟାଇଜର ଗ୍ରାହକ, ସେଲସ୍, ସର୍ଭିସ୍ ଏବଂ କର୍ମଚାରୀଙ୍କ ପାଇଁ ପ୍ରତି ବିତରଣ କେନ୍ଦ୍ରରେ ମହଜୁଦ୍ ରଖାଯାଇଛି । ଏହି ଅବସରରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ର ଏମ୍ଡି ତଥା ସିଇଓ ଏସ୍.ଏସ୍ କିମ୍ କହିଲେ, ଆମର ଗ୍ରାହକ ତଥା କର୍ମଚାରୀଙ୍କ ସୁରକ୍ଷା ସର୍ବୋପରି । ଏଭଳି ସଙ୍କଯଜନକ ସ୍ଥିତିରେ ହୁଣ୍ଡାଇ କେୟାର୍ସ ପକ୍ଷରୁ ଏଭଳି ଅନନ୍ୟ ପ୍ରୟାସ ଆରମ୍ଭ କରାଯାଇଛି । ଏହାଦ୍ୱାରା ଗ୍ରାହକଙ୍କ ଆତ୍ମବିଶ୍ୱାସ ବଢ଼ିବା ସହିତ ଶୋରୁମ୍ ଏବଂ ୱାର୍କଶପ୍ର ପରିବେଶ ସୁରକ୍ଷିତ ରହିପାରିବ । ପ୍ରତି ଶୋରୁମ୍ରେ କର୍ମଚାରୀ ଏବଂ ଗ୍ରାହକଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ହ୍ୟୁଣ୍ଡାଇ ପକ୍ଷରୁ କ୍ଲିକ୍-ଟୁ-ବାଏ ଅନ୍ ଲାଇନ୍ କାର୍ ସେଲ୍ ୱେବ୍ସାଇଟ୍ ଆରମ୍ଭ କରାଯାଇଛି । ହ୍ୟୁଣ୍ଡାଇ ମୋଟରର ଇୟନ୍,ଗ୍ରାଣ୍ଡ୍ ଆଇ୧୦, ଇଲାଇଟି ଆଇ୨୦,ଆଇ ୨୦ ଆକ୍ଟିଭ୍, ଏକ୍ସସେଂଟ୍, ଭର୍ଣ୍ଣା, କ୍ରିଏଟା, ଏଲାଂଟ୍ରା, ଟୁକସନ୍ ଏବଂ ସାଂଟା ପ୍ରଭୃତି ୧୩ଟି କାର୍ ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହାର ମାନ୍ୟୁଫାକଚରିଂ ପ୍ଲାଂଟ୍ ଚେନ୍ନାଇ ନିକଟରେ ରହିଛି । ଏହା ଆଫ୍ରିକା, ମିଡିଲ୍ ଇଷ୍ଟ, ଲାଟିନ୍ ଆମେରିକା, ଅଷ୍ଟ୍ରେଲିଆ, ଏବଂ ଏସିଆ ପାସିଫିକ୍ର ୮୮ରୁ ଅଧିକ ଦେଶକୁ ଯାନ ରପ୍ତାନୀ କରିଥାଏ । କମ୍ପାନୀ ଭାରତର ଏକ ନମ୍ବର ରପ୍ତାନୀକାରୀ ଭାବରେ ଖ୍ୟାତି ହାସଲ କରିପାରିଛି । ଦେଶରେ ଏହାର ୫୧୭ ବିତରକ ଏବଂ ୧,୩୩୦ ସର୍ଭିର୍ସ୍ ଷ୍ଟେସନ୍ ରହିଛି ।


