“ୟୁଥ୍ ଫର୍ ଆକ୍ସନ୍” ର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା”

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନ ରେ ଗଢି ଉଠିଥିବା ଅଣରାଜନୈତିକ ସଂଗଠନ “ୟୁଥ ଫର୍ ଆକ୍ସନ୍” ବହୁ କମ୍ ଦିନ ମଧ୍ୟରେ ସମଗ୍ର ଓଡିଶା ରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି।ଏ ନେଇ ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱ ରେ କନ୍ଧମାଳ ଜିଲ୍ଲାପାଇଁ ଏକ ୨୪ ଜଣିଆ ଟିମ୍ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ୟୁଥ୍ ଫର୍ ଆକ୍ସନ୍ ରାଜ୍ୟ ସହ-ସଂଯୋଜକ ସୁଜିତ ସିଂ ଓ ପଶ୍ଚିମ ଓଡ଼ିଶା ଜୋନାଲ୍ ସାଧାରଣ ସମ୍ପାଦକ ସାର୍ଥକ ମୁନି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ନବନିଯୁକ୍ତ ସଦସ୍ୟ ମାନଙ୍କୁ ଉପଢୌକନ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ସିଂ ନିଜ ଅଭିଭାଷଣ ରେ କନ୍ଧମାଳ ରେ କିପରି ଯୁବ ନେତୃତ୍ବ ର ବିକାଶ ହେବା ସହ ଯୁବ ପିଢି କିପରି କର୍ମନିଯୁକ୍ତ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନ ମାନଙ୍କରେ କିପରି ସଂଗଠନ ସୁଦୃଢ ହୋଇ ପ୍ରତି ଗ୍ରାମ ସ୍ତର ରେ କାମ କରିବ ତାହାକୁ ନେଇ ଅଂଶୁମାନ ପ୍ରିୟଦର୍ଶନ କନ୍ଧମାଳର ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ