ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନାର ନୂତନ ଥାନା ଅଧିକାରୀ ଭାବେ ଅମିତାଭ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କର ପଦୋନ୍ନତି ଭିତ୍ତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ବଦଳି ହୋଇଥିବା ବେଳେ ନୂତନ ଅଧିକାରୀ ଭାବେ ଶ୍ରୀଦାସ ଭଣ୍ଡାରିପୋଖରୀ ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଦାସ ପୂର୍ବରୁ କୋରାପୁଟ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ସଫଳତାର ସହିତ କାର୍ଯ୍ୟ କରି ବେଶ ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ । ଆଜି ଭଣ୍ଡାରିପୋଖରୀ ଥାନାରେ ପହଂଚିବା ପରେ ତାଙ୍କୁ ବିଦାୟୀ ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ସହକାରୀ ଥାନା ଅଧିକାରୀ ଅନୁରାଗ ମହାନ୍ତି ଓ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ । ଭଣ୍ଡାରିପୋଖରୀ ଥାନା ଅଂଚଳରେ ବୃଦ୍ଧି ପାଉଥିବା ଚୋରି, ଛିନତାଇ ଓ ବେଆଇନ ବାଲି , ଗୋ ଚାଲାଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ନୂତନ ଥାନା ଅଧିକାରୀଙ୍କ ଠାରୁ ଜନ ସାଧାରଣ ମାନେ ଆଶା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ