ଭଣ୍ଡାରିପୋଖରୀ ବଜାରରୁ ଚୋରି
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବଜାର ନିକଟରେ ଥିବା ଏକ ମାର୍ବଲ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଦୋକାନ ଘର ସଟର ଭାଙ୍ଗି ଚୋର ମାନେ ଟାଇଲ ପେଟି ସହିତ ଅନ୍ୟାନ୍ୟ ଜିନିଷକୁ ଚୋରି କରିନେଇଛନ୍ତି । ଏନେଇ ଆଜି ଦୋକାନ ମାଲିକ ମାନସ ରଞ୍ଜନ ଖଣ୍ଡାଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।


