ୟୁନିଫାଏଡ୍ କମ୍ୟୁନିକେସନ୍ ସମାଧାନ ପାଇଁ ଏୟାରଟେଲ୍-ଜୁମ୍ ଏକାଠି
ନୂଆଦିଲ୍ଲୀ, (ଏଜେନ୍ସି): ବ୍ୟବସାୟ ଜଗତ ପାଇଁ ଭାରତରେ ଉଚ୍ଚମାନର ୟୁନିଫାଏଡ୍ କମ୍ୟୁନିକେସନ୍ ସମାଧାନ ପ୍ରଦାନ କରିବା ଲକ୍ଷ୍ୟରେ ଭାରତୀ ଏୟାରଟେଲ୍ ପକ୍ଷରୁ ଜୁମ୍ ଭିଡ଼ିଓ କମ୍ୟୁନିକେସନ ସହିତ ବୁଝାମଣା ସ୍ୱାକ୍ଷର କରାଯାଇଛି । ୟୁନିଫାଏଡ୍ କମ୍ୟୁନିକେସନ ଏଭଳି ଏକ ସେବା ଯେଉଁଥିରେ ହାଇ ଡେଫିନେସନ (ଏଚ୍ଡି) ଅଡ଼ିଓ, ଭଡ଼ିଓ ଏବଂ ୱେବ କନଫରେନସିଂ ସୁବିଧା ପ୍ରଦାନ କରିବାର ଏକ ସମନ୍ୱିତ ଏବଂ ସୁରକ୍ଷିତ ପ୍ଲାଟଫର୍ମ । ଏୟାରଟେଲ୍ ଏବଂ ଜୁମ୍ର କନଫରେନ୍ସ କଲ୍ ସମାଧାନରେ ରହିଛି ଇନଷ୍ଟାଣ୍ଟ ୱାନ କ୍ଲିକ୍ ଆକ୍ସେସ୍, ଭିଡିଓ କନଫରେନ୍ସିଂ, ଅଡିଓ କନଫରେନ୍ସିଂ, କଣ୍ଟେଟ ସେୟାରିଂ, ରେକର୍ଡିଂ, ଭର୍ଚୁଆଲ ବ୍ୟାକଗ୍ରାଉଣ୍ଡ, କମ୍ପାନୀ ବ୍ରାଣ୍ଡିଂ, ବିବିଧ ସ୍ତରର ନିରାପତା ଏବଂ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ୧୦୦୦ ପର୍ଯ୍ୟନ୍ତ ଲୋକଙ୍କୁ ଭିଡିଓରେ ଯୋଡ଼ିବାର ସୁବିଧା । ଏହି ପ୍ଲାଟଫର୍ମ ଭିଡିଓ ୱେବିନାରରେ ୫୦ ହଜାର ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବ । ଏହି ସେବାରେ ଗ୍ରାହକମାନେ ୨୪ ଘଣ୍ଟିଆ କଲ ସେଣ୍ଟର ସୁବିଧା ଏବଂ ସହଜରେ ପେମେଣ୍ଟ ସମାଧାନ ପାଇପାରିବେ । ଏୟାରଟେଲ୍ ପକ୍ଷରୁ ଏଥିପାଇଁ ବାର୍ଷିକ ୧୦ ହଜାର ଟଙ୍କାରୁ ୨୪ ହଜାର ଟଙ୍କା ପର୍ଯ୍ୟନ୍ତର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଅସୀମୀତ ଭିଡିଓ, ଅଡିଓ ଏବଂ ୱେବ କନଫରେନ୍ସିଂ ସହିତ ଅନ୍ୟାନ୍ୟ ସୁବିଧା ମିଳିପାରିବ । ଏହି ସହଯୋଗିତା ଜରିଆରେ ଭାରତରେ ଜୁମ୍ର ଉପସ୍ଥିତି ବଢ଼ିବ ଏବଂ ବିଶ୍ୱ ସ୍ତରରେ କମ୍ପାନୀର ଉପସ୍ଥିତିକୁ ବଢ଼ାଇବ ।


