୧୦୦ ବଦଳରେ ୧୧୨ ଡାଏଲ କରିବାକୁ ଓଡିଶା ପୋଲିସ୍ ର ଅପିଲ୍

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଏଣିକି ପୋଲିସ ଓ ଜରୁରୀକାଳୀନ ସହାୟତା ପାଇଁ ୧୦୦ ପରିବର୍ତେ ୧୧୨ ଡାଏଲ କରିବାକୁ ହେବ । ଡାଏଲ ୧୧୨ ସହ ଡାଏଲ ୧୦୦ର ମିଶ୍ରଣ ପରେଏହି ଅପିଲ କରିଛି ପୋଲିସ ବିଭାଗ । ଏନେଇ ଓଡିଶା ପୋଲିସ୍ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୧୯ରେ ଡାଏଲ ୧୧୨ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜରୁରୀକାଳୀନ ସହାୟତା ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବା ପରିବର୍ତେ ଏହି ଗୋଟିଏ ନମ୍ବର ଡାଏଲ କଲେ ୩ ପ୍ରକାର ସୁବିଧା ମିଳିବ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ବାସ୍ ଜନସାଧାରଣଙ୍କୁ ୧୧୨ ନମ୍ବର ଡାଏଲ କରିବାକୁ ପଡିବ । ପୂର୍ବରୁ ପୋଲିସ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ପାଇଁ ୧୦୮, ଜନନୀ ଏକ୍ସପ୍ରେସ ପାଇଁ ୧୦୨, ଅଗ୍ନିଶମ ପାଇଁ ୧୦୧ ନମ୍ବର ଡାଏଲ କରିବାକୁ ପଡୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ