-ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଷ୍ଟାଡିୟମ ପଡିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ବାଧୀନତା କୋଭିଡ କଟକଣା ଅନୁସାରେ ପାଳିତ ହୋଇଯାଇଛି ।ଏହି ଅବସରରେ ବାମନଘାଟୀ ଉପଜିଲ୍ଲାପାଳ,ରାଇରଙ୍ଗପୁର ଧର୍ମାନନ୍ଦ ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପେରେଡ ଅଭିବାଦନ ଗ୍ରହଣ କରିଥିଲେ । ଦେଶ ସ୍ବାଧୀନତାର କର୍ଣଧାରଜାତିର ପିତା ମହାତ୍ମାଗାନ୍ଧୀ,ଜବାହାରଲାଲ ନେହେରୁ,ସୁବାଷ ବୋଷ,ସର୍ଦାର ବଲ୍ଲଭ ଭାଇପଟେଲଙ୍କ ସମେତ ସମସ୍ତ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ସେହିଭଳି ଦେଶ ସୁରକ୍ଷାର ଶହୀଦ ହୋଇଥିବା ଅମର ବୀର ଜବାନ ଏବଂ କରୋନାରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ଡାକ୍ତର,ନର୍ସ,ଅଙ୍ଗନବାଡି କର୍ମି,ଆଶାକର୍ମିଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଦେଶ ମାତୃକାର ସେବା ସହ ଅବହେଳିତ ଲୋକମାନଙ୍କପାଇହ ସମସ୍ତେ ସହଯୋଗର ହାତ ବଢାଇବା ଉଚିତ ବୋଲି କହିଥିଲେ ।ପରେ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋରଂଜନ ବିଶ୍ବାଳ,ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଗାୟତ୍ରୀ ପ୍ରଧାନ,ରାଇରଙ୍ଗପୁର ଆଇଆଇସି ରେଣୁବାଳା ସାହୁ,ସହକାରୀ ଜିଲ୍ଲାପାଳ ତଥା ଉପଖଣ୍ଡ ଲୋକ ସଂପର୍କ ସୂଚନା ଅଧିକାରୀ ଧର୍ମେନ୍ଦ୍ର ଶତପଥୀ,ଏବଂ ଉପଖଣ୍ଡର ବିଭିନ୍ନ ସରକାରୀ କାର‌୍ୟ୍ୟାଳୟର ପଦାଧିକାରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ