୧୦ ଦଫା ଦାବି ନେଇ ଯୋଡା ବ୍ଲକ କାର୍ଯ୍ୟାଳୟ ସମୁଖରେ ଧାରଣା

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ବ୍ଲକ କାର୍ଯ୍ୟାଳୟ ସମୁଖରେ ଶୁକ୍ରବାର ପୁର୍ବାହ୍ନରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ସହିଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ଅବସରରେ ୧୦ ଦଫା ଦାବି ନେଇ ଧାରଣା ଦିଆଯାଇଛି । ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ୧୦ ଦଫା ସମ୍ବଳିତ ଦାବିପତ୍ର ଯୋଡା ବ୍ଲକ ବିଡିଓ ଯୋଗେନ୍ଦ୍ର ନାଏକଙ୍କ ନିକଟରେ ଦାଖଲ କରାଯାଇଥିଲା । ମହାସଂଘ ପକ୍ଷରୁ ଦିଆଯାଇଥିବା ଦାବି ଗୁଡିକ ହେଲା (୧) କେନ୍ଦୁଝର ଜିଲାରୁ ସଂଗ୍ରହ କରାଯାଉଥିବା ଡି.ଏମ.ଏଫ ଫଣ୍ଡ ର ଅର୍ଥର କିଛି ଅଂଶକୁ ଜିଲାର ରାସ୍ତା ଘାଟର ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯାଉ , (୨) ଯଦି କେନ୍ଦୁଝର ଜିଲା କୁ ସରକାର ଆଦିବାସୀ ଜିଲା ବହୁଳ ଜିଲା ଅଟେ କହୁଛନ୍ତି ତେବେ ଟ୍ରାଇବାଲ ଡେଭେଲପମେନ୍ଟ ଫଣ୍ଡରେ ସଂଗୃହୀତ ଅର୍ଥକୁ ଏ ଜିଲାବାସୀଙ୍କ ହିତରେ ବିନିଯୋଗ କରନ୍ତୁ, (୩) କେନ୍ଦୁଝର ଜିଲାର ଲୁହାପଥରକୁ ପରିଦ୍ୱୀପ ପରିବହନ କରିବା ପରିବେର୍ତ ଏ ଜିଲାରେ ଦ୍ୱିତୀୟ ବୃହତ ଇସ୍ପାତ କାରଖାନ ସରକାର ପ୍ରତିଷ୍ଠା କରନ୍ତୁ । ହଜାର ହଜାର ବେକାର ଯୁବକଙ୍କୁ ନିଯୁକ୍ତି ଦିଅନ୍ତୁ ଏବଂ ଗରିବ ଆଦିବାସୀ ପିଲାମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ବନ୍ଦ କରନ୍ତୁ । (୪) କେନ୍ଦୁଝର ଜିଲାରେ ଗରିବ ଶ୍ରେଣିର ଗୁରୁତର ରୋଗୀମାନଙ୍କୁ କଟକ ସ୍ଥାନାନ୍ତର ନ କରିବା ପାଇଁ ଜିଲାରେ ଏକ ହାଇଟେକ୍ ମେଡିକାଲ ସରକାର ସ୍ଥାପନ କରନ୍ତୁ , (୫) ଜିଲାରେ ପ୍ରଭାବିତ ହେଉଥିବା ବୈତରନୀ ନଦୀର ପାଣିକୁ କିପରି ଚାଷୀ ମାନଙ୍କ ବିଲକୁ ଯୋଗାଇ ଦିଆଯିବ ସରକାର ଏହାର ବ୍ୟବସ୍ଥା କରନ୍ତୁ, (୬) ଭଲ ଖାଦ୍ୟ ଉତ୍ପାଦନ କରିବା ପାଇଁ ସରକାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ କୃଷି ଶିକ୍ଷା କେନ୍ଦ୍ର ଖୋଲନ୍ତୁ , (୭) ସମସ୍ତ ପ୍ରାଇଭେଟ ସ୍କୁଲ ଗୁଡିକୁ ସରକାରୀ ସ୍କୁଲ ଘୋଷଣା କରନ୍ତୁ , (୮) ଆଦିବାସୀମାନେ ଜଙ୍ଗଲଜମିରେ ବସବାସ କରି ପରିବାର ଭରଣପୋଷଣ କରୁଛନ୍ତି । ସେମାନଙ୍କୁ ସରକାର ଘରବାଡି ପଟ୍ଟା ଯୋଗାଇ ଦିଅନ୍ତୁ ,(୯) ଯୋଡା, ବଡବିଲ ଅଂଚଳରେ ବସବାସ କରି ରହୁଥିବା ବ୍ୟକ୍ତିଙ୍କୁ ସରକାର ଘରବାଡି ପଟ୍ଟା ଯୋଗାଇ ଦିଅନ୍ତୁ । ହୋଲ୍ଡିଂ ଟ୍ୟାକ୍ସ ଗ୍ରହଣ କରାଯାଉଥିବା ବ୍ୟକ୍ତି ମାନଙ୍କଠାରୁ ଖଜଣା ଆଦାୟ କରାଯାଉ ଓ (୧୦) ବିଦେଶୀ ମଦ ଦୋକାନ ଗୁଡିକୁ ସରକାର ତୁରନ୍ତ ବନ୍ଦ କରନ୍ତୁ । ସାରା ଜିଲାର ଭଉଣୀଭାଇ ମାନେ ଦାବି ଗୁଡିକ ହାସଲ ନିମନ୍ତେ ଆଗେଇ ଆସିବା ପାଇଁ ବିଶ୍ୱ ଆଦିବାସୀ ମହାସଂଘର ସଭାପତି ସୁଦର୍ଶନ ଲୋହାର ଆହ୍ୱାନ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ୧୦ ଦଫା ଦାବି ନେଇ ଯୋଡା ବ୍ଲକ କାର୍ଯ୍ୟାଳୟ ସମୁଖରେ ତା ୦୮/୧୦/୨୦୧୯ ରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଏକ ଧାରଣା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ