୧୨ବର୍ଷର ଝିଅ କିଣିଲେ ୧.୩୫ କାଟି ଟଙ୍କାର କାର୍

ଥାଇଲାଣ୍ଡର ଏକ ୧୨ବର୍ଷୀୟ ସ୍କୁଲ ଛାତ୍ରୀ ୧.୩୫ କୋଟି ଟଙ୍କାର କାର୍ କିଣି ଚର୍ଚ୍ଚା ପରିସରକୁ ଆସିଛନ୍ତି । ଜଣେ ବ୍ୟୁଟି ବ୍ଳଗର ଭାବେ ଖ୍ୟାତ ନ୍ୟାଥନନ ସ୍ୟାନୁନରେଟ୍ ନିଜ ୧୨ତମ ଜନ୍ମଦିନରେ ବିଏମଡବ୍ଲ୍ୟୁ ୭ ସିରିଜ୍ କାର୍ କିଣିଛନ୍ତି । ତାଙ୍କୁ ଏବେ କାର୍ ଚଲାଇବା ପାଇଁ ଅନୁମତି ନ ଥିଲେ ମଧ୍ୟ ନିଜ ମାତାପିତାଙ୍କ ପାଇଁ ସେ କାର୍ କିଣିଛନ୍ତି । ନ୍ୟାଥନନଙ୍କୁ କାର୍ ଚଲାଇବା ପାଇଁ ଆଉ ୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ତିନି ବର୍ଷ ପୂର୍ବରୁ ନ୍ୟାଥନନ୍ ନିଜର ପ୍ରଥମ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ମାତ୍ର ତିନି ବର୍ଷ ଭିତରେ ତାଙ୍କ ଫଲୋଅର୍ସ ସଂଖ୍ୟା ୧ ମିଲିଅନରୁ ଅଧିକ ଅଛନ୍ତି । ଗତବର୍ଷ ଲଣ୍ଡନ ଫ୍ୟାଶନ ସପ୍ତାହରେ ମଧ୍ୟ ସେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ