୧୨୫ ଫୁଟ ପାଣି ଟାଙ୍କି ଉପରକୁ ଚଢ଼ିଗଲା ଷଣ୍ଢ
ହରିୟାଣାର ରେବାଡିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ଷଣ୍ଢ ୧୨୫ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢ଼ିଯାଇଛି । ପାଣିଟାଙ୍କି ଉପରେ ଷଣ୍ଢକୁ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ । ପରେ ପ୍ରଶାସନ ଦମକଳ ବାହିନୀ ଏବଂ ଗୋରକ୍ଷା ଯୁବ ଦଳ ସଦସ୍ୟଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ପାଖାପାଖି ୮ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ଷଣ୍ଢକୁ କ୍ରେନ୍ ସହାୟତାରେ ସୁରକ୍ଷିତ ଭାବେ ପାଣିଟାଙ୍କି ଉପରୁ ଉଦ୍ଧାର କରାଯାଇଥିଲା । ସୂଚନାଯୋଗ୍ୟ, ଖେଡାର ମୁରାର ରୋଡରେ ଥିବା ଜନସ୍ୱାସ୍ଥ୍ୟ ପାଣିଟାଙ୍କି ରହିଛି । ଏହା ଉପରକୁ ଚଢ଼ିବା ପାଇଁ ସିଡି ନିର୍ମାଣ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଷଣ୍ଢଟି ସିଡି ଚଢ଼ି ପାଣିଟାଙ୍କି ଉପରେ ପହଞ୍ଚିଥିଲା । ଆବଶ୍ୟକ ଜାଗା ନ ଥିବାରୁ ଷଣ୍ଢଟି ବୁଲି ନ ପାରି ଫଶିଯାଇଥିଲା ।


