୧୨ ଘଣ୍ଟାରେ ୩୫୦ ମିଲିୟନ ବୃକ୍ଷରୋପଣ କଲେ ଇଥିଓପିଆବାସୀ

ଜଙ୍ଗଲ ଅବକ୍ଷୟ ଯୋଗୁ ବିଗୁଡୁଛି ପରିବେଶ ସନ୍ତୁଳନ । ଏହାକୁ ଠିକ୍ ସମୟରେ ରୋକା ନ ଗଲେ ସମସ୍ତଙ୍କ ଜୀବନ ହୋଇଯିବ ଦୁର୍ବିଷହ । ଏକଥାର ମର୍ମ ଭଲଭାବେ ବୁଝିପାରିଛନ୍ତି ଇଥିଓପିଆର ସରକାର ଓ ଜନତା । କାରଣ ଏଠାକାର ଜଙ୍ଗଲ ଅବକ୍ଷୟ ଘଟି ମାତ୍ର ୪% ରହିଥିଲା । ସେଥିପାଇଁ ଯେବେ ଏଠାକାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ବୃକ୍ଷରୋପଣ କଥା ଚିନ୍ତାକଲେ ସାରା ଇଥିଓପିଆବାସୀ ଆଗେଇ ଆସିଲେ ତାଙ୍କ ସହ ହାତ ମିଳାଇବାକୁ । ଆଉ ଇଥିଓପିଆବାସୀ ୧୦୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଏକ ସମୟରେ ବୃକ୍ଷରୋପଣ ଆରମ୍ଭ କଲେ । ଲକ୍ଷ୍ୟ ଥିଲା ୧୨ ଘଣ୍ଟାରେ ୨୦୦ମିଲିୟନ ଚାରା ଲଗାଇବା । ହେଲେ ସମୟ ସରିବା ବେଳକୁ ସରକାରୀ ଅଧିକାରୀମାନେ ପ୍ରକାଶ କଲେ ଯେ, ରେକର୍ଡ ସ୍ତରର ୩୫୦ ମିଲିୟନରୁ ଊଦ୍ଧ୍ୱର୍ (୩୫୩,୬୩୩,୬୬୦) ଚାରାରୋପଣ ହୋଇଛି । ଖାସ୍ ବୃକ୍ଷରୋପଣ ପାଇଁ ଅନେକ ସ୍କୁଲ, ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଥିଲା । ଯେମିତିକି ଅଧିକରୁ ଅଧିକ ଲୋକ ଏଥିରେ ଯୋଗ ଦେଇପାରିବେ । ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଆହୁରି ମଧ୍ୟ ଲକ୍ଷ୍ୟ ରଖିଛନ୍ତି ଯେ ଆଗାମୀ ଦିନରେ ୪ ବିଲିୟନ ବୃକ୍ଷରୋପଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ