୧୩ରୁ ଶ୍ରୀମଦ ଭାଗବତ କଥା ମହୋତ୍ସବ ଓ ଭଜନ ସମାରୋହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥ ନୟାପଲ୍ଲୀ ମା’ ବରଦେଇ ମନ୍ଦିର ପରିିସରରେ ଚଳିତ ମାସ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ପ୍ରତ୍ୟେହ ଭଜନ ସମାରୋହ ଓ ଭାଗବତ କଥା ମହୋତ୍ସବ ସନ୍ଧ୍ୟା ୬ ଘଟିକାରୁ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହିତ ପ୍ରତ୍ୟେହ ପ୍ରସାଦ ସେବନ କରାଯିବାର ବ୍ୟବସ୍ଥା କରରାଯାଇଛି । ଏହି ଅବସରରେ ବିଶିଷ୍ଟ ଭାଗବତ ପ୍ରବଚକ ତଥା ଧାରାବାହିକ ପ୍ରବକ୍ତା (ଜଳୌକା ଆନନ୍ଦଧାମ ଟାଙ୍ଗୀ, କଟକ)ର ବ୍ରହ୍ମଚାରୀ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ଭାଗବତ କଥାମୃତ ପ୍ରବଚନ ଦେବାକୁ ଥିବାବେଳେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କୁ ନେଇ ପ୍ରବଚନ ପୂର୍ବରୁ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବାକୁ ଶ୍ରୀମଦ୍ ଭାଗବତ ଦିବ୍ୟ ଚେତନା ସଂସ୍ଥାନ, ନୂଆପଲ୍ଲୀ, ଭୁବନେଶ୍ୱରର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଓ ସମ୍ପାଦକ ପ୍ରଦୀପ କମୁାର ରାଉତରାୟ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ