ଟିବି ମୁକ୍ତ ପଞ୍ଚାୟତ ଓ ଏଚ ଆଇ ଭି ସଚେତନତା ସମ୍ପର୍କିତ ବୈଠକ, ବିଏସକେୱାଇ ନବୀନ କାର୍ଡ ଏବଂ ଏଚ ଆଇ ଭି ସଚେତନତା ରଥ ର ଶୁଭାରମ୍ଭ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଟିବିମୁକ୍ତ ପଞ୍ଚାୟତ ଓ ଏଚ ଆଇ ଭି ସଚେତନତା ନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଯକ୍ଷ୍ମା ରୋଗର ମୂଳ ଉତ୍ପାଡ଼ନ ଲାଗି ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏକ ଯକ୍ଷ୍ମା ମୁକ୍ତ ଭାରତ ଗଠନ କରିବା ପାଇଁ ପଞ୍ଚାୟତ ସ୍ତରରୁ ଏଭଳି ଉଦ୍ୟମ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ କହିଛନ୍ତି l ଏଚ ଆଇ ଭି ନିରାକରଣ ଲାଗି ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ ପୁରସ୍କୃତ କରିଥିଲେ l ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଏସକେୱାଇ ନବୀନ କାର୍ଡ ଏବଂ ଏଚ ଆଇ ଭି ଏଡ଼ସର ୩ ଟି ଲେଖାଏଁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା l ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଏଚ ଆଇ ଭି ଏଡ଼ସ ର ନିରାକରଣ ନେଇ ସଚେତନତା କରିଥିଲା l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ନାଥ ତ୍ରିପାଠୀ, ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ମିଶ୍ର, ଆକ୍ସନ ହେଡ଼ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ