ଫେବୃଆରୀ ୧୦, ୧୧ ଓ ୧୨ ତାରିଖରେ ପୋଲସରା ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ଅଞ୍ଚଳର ଐତିହାସିକ ପୀଠ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ପୂର୍ବ ପରମ୍ପରା ସଂସ୍କୃତିକୁ ସ୍ମରଣୀୟ କରିବାକୁ ଯାଇ ପ୍ରସିଦ୍ଧ ମାରଦା ମହୋତ୍ସବ ଅନୁଷ୍ଠିତ ହେବାକୁଯାଉଛି । ଏନେଇ ସୋମବାର ଦିନ ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପରେ ମାନ୍ୟବର ବିଧାୟକ, ନିର୍ବାଚିତ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ମାରଦା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଶ୍ରୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ପୋଲିସ ଆଇଆଇସି କୌଶିକ୍ ମାଝୀ, ମହୋତ୍ସବ କମିଟିର ଉପସଭାପତି ଲଳିତ ମୋହନ ରଥ , ଅବସରପ୍ରାପ୍ତ ପ୍ରିନ୍ସପାଲ୍ ଡକ୍ଟର ଦିବାକର ମିଶ୍ର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଏନ୍ଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶିଶିର ବେହେରା,ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଳ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଘନଶ୍ୟାମ ଦାସ, ସରପଞ୍ଚ ବିଜୟ ସ୍ବାଇଁ, ଭଗବାନ ସାହୁ, ଶିକ୍ଷାବିତ ମୂରଲୀଧର ନନ୍ଦ, ସାଂସଦ ପ୍ରତିନିଧି ପ୍ରତାପ ପ୍ରଧାନ, ପୀତବାସ ପ୍ରଧାନ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକରେ ଆଲୋଚନା ପରେ ମାରଦା ମହୋତ୍ସବ ପୋଲସରା ଲୁଣିଘାଟି ପଡ଼ିଆରେ ଆସନ୍ତା ଫେବୃଆରୀ ୧୦, ୧୧ ଓ ୧୨ ତିନି ଦିନ ପାଇଁ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆସିକା କୋପରେଟିଭ ସମିତି ସଭାପତି ରଞ୍ଜନ କୁମାର ସାହୁ, ପବିତ୍ର ରାଉତ, ଦୀପିକା ବାରିକ, ଆରତୀ ଦେବୀ, ସଞ୍ଜୁକ୍ତା ବାଡତ୍ଯା, କନକ ରାଉତ ପ୍ରମୁଖଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ କାଉନସିଲର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ