୧୩୩ ଜଣ ହିତାଧିକାରୀଙ୍କୁ ୬କୋଟି ୩୫ ଟଙ୍କାର ଋଣ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିଅନ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ୍ୟ ଠାରେ ଲିଡ଼ ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା ତଥା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଏହି ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜଣେ ମହିଳା ରୋଜଗାରକ୍ଷମ ହେଲେ ତା ଦ୍ୱାରା ଉପାର୍ଜନ ଟଙ୍କା ପରିବାରର ବିଭିନ୍ନ ଖର୍ଚ୍ଚରେ ଲାଗିଥାଏ ମହିଳା ମାନେ ସଶକ୍ତି ହୋଇ ସେମାନଙ୍କ ଆର୍ଥିକ ଉନ୍ନତି ହେଲେ ଦେଶର ଉନ୍ନତ ସମ୍ଭବ ହୋଇଥାଏ ତେଣୁ ମହିଳା ମାନେ ଆତ୍ମନିର୍ଭରଶୀଳ ହେବାପାଇଁ ଯେ କୋଣସି ବ୍ୟବସାୟ ପାଇଁ ଋଣ ନେବାକୁ ଚାହିଁଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବେ ବୋଲି କହି ଋଣ ନେଉଥିବା ଟଙ୍କାର ସଦ ବିନିଯୋଗ କରି ଠିକ ସମୟରେ ଋଣ ପରିଶୋଧ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ଚନ୍ଦ୍ର ନାୟକ ଏବଂୟୁନିଅନ ବ୍ୟାଙ୍କ’ର ରାୟଗଡା ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ସୀତାରାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଋଣବଣ୍ଟନ ମେଳାର ବିଭିନ୍ନ ଦିଗ ଉପରେ କହିଥିଲେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକଙ୍କ ସଂଯୋଜନା’ରେ ସଭା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l ପରେ ଜିଲ୍ଲାପାଳ ପଣ୍ଡା ଓ ଅନ୍ୟ ମଞ୍ଚାସିନ ଅତିଥି ମାନେ ୧୩୩ ଜଣ ହିତାଧିକାରୀ’ଙ୍କୁ କୃଷି, ଏମଏସଏମଇ, ଏସଏଚଜି, ମୁଦ୍ରା, ଶିକ୍ଷା, ହାଉସିଂ, ପ୍ରଭୃତି କ୍ଷେତ୍ରରେ ମୋଟ ୬ କୋଟି ୩୫ ଟଙ୍କାର ଋଣ ଚେକ ଆକାରରେ ବଣ୍ଟନ କରିଥିଲେ ବିଭିନ୍ନ ବ୍ୟବସାୟ କରିବା କ୍ଷେତ୍ରରେ l ମୁଖ୍ୟତଃ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ପକ୍ଷରୁ ସପ୍ତାହ ବ୍ୟାପି ଅର୍ଥାତ ଚଳିତ ମାସ ୬ ତାରିଖ’ରୁ ୧୨ ତାରିଖ ପର୍ଯ୍ୟନ୍ତ ଋଣ ମଞ୍ଜୁରୀ ଓ ଜନ ସୁରକ୍ଷା ଯୋଜନା ଗୁଡିକ ଗ୍ରାହକ ମାନଙ୍କୁ ଯୋଗାଈ ଦେବାର ବ୍ୟବସ୍ଥା କରାଯାଇଛି l ଭାରତ ସରକାର’ଙ୍କ ବିଭିନ୍ନ ପ୍ରକାର’ର ଫ୍ଲାଗସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ବୀମା ଯୋଜନା, ସୁରକ୍ଷା ଯୋଜନା, ଅଟଳ ପେନସନ ଯୋଜନା, ପ୍ରଭୃତି ଅନ୍ତର୍ଭୁକ୍ତି କରଣ ଏହି ଋଣମେଳା କାର୍ଯ୍ୟକ୍ରମରେ କରାଯାଉଛି .l ଏହା ଦ୍ୱାରା ଗ୍ରାହକ ମାନଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ଉନ୍ନତି ହେବା ସହ ଚାଷୀମାନେ ସେମାନଙ୍କ ଉତ୍ପାଦନ ଓ ଆୟରେ ୨ଗୁଣ ବୃଦ୍ଧି ପାଇବା ଉଦ୍ଦେଶ୍ୟ’ରେ ଏହା ହେଉଛି l ସେଥିପାଇଁ ସମସ୍ତେ ଅଧିକରୁ ଅଧିକ ସରକାର’ଙ୍କ ବିଭିନ୍ନ ଯୋଜନାରେ ଅଂଶଗ୍ରହଣ କରି ଫାଇଦା ଉଠାନ୍ତୁ ବୋଲି ବ୍ୟାଙ୍କ ଅଧିକାରୀ ତଥା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାୟକ କହିଛନ୍ତି l


