୧୬ରୁ ନବମ ଶ୍ରେଣୀ ପାଠପଢା

ଭୁବନେଶ୍ୱର, (ୱାଇଏନ୍ ଏସ୍‌): ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ନବମ ଶ୍ରେଣୀ ପାଠପଢା ହେବ । ଏଥିସହ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ମଧ୍ୟ ଖୋଲିବ । କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ ରବିବାର ଓ ସାଧାରଣ ଛୁଟିରେ କ୍ଲାସ ହେବ ନାହିଁ । ସ୍କୁଲ ଖୋଲିଲେ ମଧ୍ୟ ଛାତ୍ରଛାତ୍ର୍ରୀ କ୍ଲାସ ଆସିବାକୁ ବାଧ୍ୟ ନୁହନ୍ତି । ଅଭିଭାବକ ଚାହିଁଲେ ପିଲାମାନେ ଅନଲାଇନ୍ କ୍ଲାସ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ