ମହା ଲକ୍ଷ୍ମୀ ଙ୍କ ପୂଜା ଓ ଭସାଣି ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ର ଦୈନିକହାଟ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ୨୭ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।ଏହି ପୂଜା ପାଞ୍ଚ ଦିନବ୍ୟାପି ଅନୁଷ୍ଠିତ ହୋଇଥିଲା। ଦୈନିକ ହାଟ ର ପରିଚାଳକ ତଥା ସମାଜସେବୀ ଶିଶିର ନାୟକ ଙ୍କ ଦ୍ଵାରା ଆୟୋଜିତ ଏହି ପୂଜା ଉତ୍ସବ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇଥିଲେ ।ଆସନ୍ତା ବର୍ଷ ଲକ୍ଷ୍ମୀପୂଜା ପୂର୍ବରୁ ଦୈନିକ ହାଟ ରେ ଲକ୍ଷ୍ମୀ ମଣ୍ଡପ ନିର୍ମାଣ, ବଜାର ରେ ଥିବା ପାନୀୟ ଜଳ ସମସ୍ୟା ର ସମାଧାନ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ବ୍ୟବସାୟୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଦୈନିକହାଟ ର ସଭାପତି ଗୌରାଙ୍ଗ ପରିଡ଼ା ,ଉପ ସଭାପତି ବ୍ରଜବନ୍ଧୁ ଦାଶ ,ସମ୍ପାଦକ ସଚ୍ଚିଦାନନ୍ଦ ବେହେରା ,ସହ ସମ୍ପାଦକ କୈଳାଶ ମଲ୍ଲିକ ,କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପୃଷ୍ଟି ,ଉପଦେଷ୍ଟା ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗ ଦେଇ ମନ୍ତ୍ରୀ ଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ ।ପୂଜକ ରସାନନ୍ଦ ଦାଶ ଓ ଦାଶରଥି ଦାଶ ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ କରାଯାଇଥିଲା ।ପାଞ୍ଚଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା,ଘୋଡ଼ା ନାଚ ,ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ରବିବାର ସଂଧ୍ୟାରେ ମହା ପଟୁଆରରେ ମା ଲକ୍ଷ୍ମୀ ଙ୍କୁ ନିକଟସ୍ଥ ପ୍ରାଚୀ ନଦୀ କୁ ନିଆଯାଇ ବିସର୍ଜନ କରାଯାଇଥିଲା । ଭସାଣି ପରେ ବଜାର ର ସବୁ ବ୍ୟବସାୟୀ ବନ୍ଧୁ ମାନେ ମିଳିତ ହୋଇ ପ୍ରସାଦ ସେବନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ