୨୧ତମ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୨୧ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଡ.ଅଚ୍ଯୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଆଙ୍କାକ୍ଷା ପ୍ରଧାନ, ଉପାଧ୍ୟକ୍ଷା ସାରତି ମଲିକ, ଜିଲ୍ଲା ପାଳ ଡା.ବୃନ୍ଦା ଡି, ପିଡ଼ି ଡିଆରଡିଏ ବିଶ୍ଵରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ୨୦୧୯-୨୦ ଓ ୨୦୨୦-୨୧ ପାଇଁ ଯୋଜନା ମଞ୍ଜୁର ହୋଇଥିଲା। ବିଶେଷକରି ୨୦୨୦-୨୧ପାଇଁ ବିଜୁ କନ୍ଧମାଳ-ଗଜପତି ଯୋଜନାରେ ଜିଲ୍ଲାରେ୧୬୨ଟି ପ୍ରକଳ୍ପ ପାଇଁ ସଡକ,ପାନୀୟ ଜଳ, ବିଦ୍ୟୁତକରଣ ପାଇଁ ୬ କୋଟି ଟଙ୍କାର ଯୋଜନା ଅନୁମୋଦନ ହୋଇଥିଲା। ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଜିଲ୍ଲାରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।ବର୍ତ୍ତମାନ କରୋନା ସଂକ୍ରମଣ ଜିଲ୍ଲାରେ କମିଛି, ଏଣୁ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଯେପରି ବର୍ତ୍ତମାନ ଠାରୁ ତ୍ୱରାନ୍ୱିତ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସମସ୍ତ ଲୋକ ପ୍ରତିନିଧି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ଗମନାଗମନ, ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ , ବିଦ୍ୟୁତକରଣ କାର୍ଯ୍ୟ ସବୁ ଯେପରି ଯୋରସୋରରେ ଆରମ୍ଭ ହୋଇ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶେଷ ହୋଇପାରିବ, ସେଥିପ୍ରତି ସମସ୍ତେ ନିଷ୍ଠା ଓ ଆନ୍ତରୀକତା ର ସହ କାର୍ଯ୍ୟ କରିବାଲାଗି ମନ୍ତ୍ରୀ ଶ୍ରୀ ଆରୁଖ ଓ ସାଂସଦ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ଜିଲାର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟାଙ୍କ ସମେତ ବ୍ଲକ ଅଧକ୍ଷ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ