+୨ କଳା ପରୀକ୍ଷା ଫଳାଫଳ : ସୁସ୍ମିତା ବରାଡ଼ ବ୍ଲକ ଟପର, ଆରତୀ ୨ୟ ଓ ରାଜା ୩ୟ
ପୋଲସରା (ଅନିଲ ମହାରଣା): ଓଡ଼ିଆ ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା +୨ କଳା ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଜଣା ପଡ଼ିଛି ଯେ ବୁଗୁଡା ପିପୁଲସ କଲେଜ ଉଚ୍ଚ ମାଧ୍ୟମିକ ବିଭାଗ ଛାତ୍ରୀ ତଥା ଭାମଶ୍ୟାଳି ଗ୍ରାମର ସୁସ୍ମିତା ବରାଡ଼ ୪୬୩ ମାର୍କ ରଖି ବୁଗୁଡା ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ତଥା ଅରଖପୁର ଗ୍ରାମର ଆରତୀ ସ୍ୱାଇଁ ୪୬୩ ମାର୍କ ରଖି ବ୍ଲକରେ ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରିଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ତଥା ଲଣ୍ଡାଜୁଆଳି ଗ୍ରାମର ରାଜା ପାତ୍ର ୪୩୮ ମାର୍କ ରଖି ବ୍ଲକରେ ତୃତୀୟ ସ୍ଥାନରେ ଅଧିକାର କରିଛନ୍ତି। ବୁଗୁଡା ପିପୁଲସ କଲେଜ ଉଚ୍ଚ ମାଧ୍ୟମିକ ବିଭାଗରେ ମୋଟ ୨୩୫ ଜଣ ପରୀକ୍ଷା ଦେଇଥିବା ବେଳେ ୬୪ ଜଣ ପ୍ରଥମ ଶ୍ରେଣୀ, ୭୦ ଜଣ ଦ୍ଵିତୀୟ ଶ୍ରେଣୀ, ୧୨୭ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୪ ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି।ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୮୨ ଜଣ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ ପ୍ରଥମ ଶ୍ରେଣୀ, ୫୮ ଜଣ ଦ୍ଵିତୀୟ ଶ୍ରେଣୀ ଓ ୨୦୨ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୦୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୫ ଜଣ ପ୍ରଥମ ଶ୍ରେଣୀ, ୩୪ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୬୦ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ବୁଗୁଡା ଶ୍ରୀ ବଳଦେବ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୧୦ ଜଣ ପରୀକ୍ଷା ଦେଇଥିବା ବେଳେ ୬ ଜଣ ପ୍ରଥମ ଶ୍ରେଣୀ, ୨୭ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୭୭ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିପରି ବାଲିପଦର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ପ୍ରଥମ ଶ୍ରେଣୀ ଓ ୧୪ ଜଣ ଦ୍ଵିତୀୟ ଶ୍ରେଣୀରେ ପାସ କରିଛନ୍ତି।


