ରକ୍ତଦାନ ଶିବିରକୁ ସଫଳ ପାଇଁ ସୁଗର୍ ଟାଉନ୍ ଜେସିସ୍ର ବ୍ୟାପକ ପ୍ରସ୍ତୁତି
ଆସିକା (ୱାଇଏନ୍ଏସ୍) : ଆସନ୍ତା ଅଗଷ୍ଟ ମାସ ୨ ତାରିଖ ଦିନ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ ଅବସରରେ ଆସିକା ପୌର ପରିଷଦ ଅଧୀନସ୍ଥ ଲକ୍ଷ୍ମୀ ବଜାର ସ୍ଥିତ ବାସବୀ ମା କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସଫଳ ପାଇଁ ଆସିକା ସୁଗର୍ ଟାଉନ୍ ଜେସିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ବିଶ୍ୱ ମୈତ୍ରୀ ଦିବସ ପାଳନ ଅବସରରେ ଆସିକା ସୁଗର୍ ଟାଉନ୍ ଜେସିସ୍ ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସୁଗର୍ ଟାଉନ୍ ଜେସିସ୍ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିରର ସଫଳ ରୂପାୟନ ସକାଶେ ଅନୁଷ୍ଠିତ ପ୍ରାକ୍ ପ୍ରସ୍ତୁତି ବୈଠକରେ ସଭାପତି ଜେସି ଜଗନ୍ନାଥ ପଢିଆରୀ ଅଧ୍ୟକ୍ଷତା କରିଥିଲା ବେଳେ ସଂଗଠନର ସଂପାଦକ ଜେସି ସିଏଚ୍.କାର୍ତ୍ତିକ ପାତ୍ର, ଆଇପିପି ଜେସି ବି.ଶିିବଶଙ୍କର ପାତ୍ର, ଉପଦେଷ୍ଟା ଜେସି ସୁରେଶ୍ କୁମାର ପାତ୍ର, କୋଷାଧ୍ୟକ୍ଷ ଜେସି ଏସ୍.ସତ୍ୟନାରାୟଣ ପାତ୍ର, ଜେସି ଡି.ବଦ୍ରିନାଥ ପାତ୍ର, ଏ.ସନ୍ତୋଷ କୁମାର ନାୟକ, ସୁବୋଧ ରଂଜନ ନାୟକ, ବସନ୍ତ କୁମାର ଭୂୟାଁ, ଏ.ଶିବଶଙ୍କର ପାତ୍ର, ସୁନିଲ୍ କୁମାର ମହାନ୍ତି, ୟୁ.ସଂଜୟ କୁମାର ପାତ୍ର, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଟି.ସିଦ୍ଧାର୍ଥ ସୁବୁଦ୍ଧି, ପି.ଶୁଭମ୍ କୁମାର ପାତ୍ର, ଟି.ରୋଶନ୍ ପାତ୍ର, ଜିତେନ୍ଦ୍ର କୁମାର ପାତ୍ର, ଦିବାନ୍ ସୁବୁଦ୍ଧି, ସିଏଚ୍.ସନ୍ତୋଷ କୁମାର ପାତ୍ର, କେ.ସତ୍ୟନାରାୟଣ ପାତ୍ର, ପି.ଗୌରବ କୁମାର ପାତ୍ର, ପ୍ରତୀକ୍ ଆଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ରକ୍ତଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା ଜୀବନରକ୍ଷାରେ ବିଶେଷ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିବା ସହ ରକ୍ତ ଅଭାବରୁ ଯେପରି କାହାର ଜୀବନ ନଯିବ ତାହାକୁ ଦୃଷ୍ଟିରେ ରଖିବା ସହ ରକ୍ତଭଣ୍ଡାରରେ ରକ୍ତର ଆବଶ୍ୟକତାକୁ କିଛି ପରିମାଣରେ ପୂରଣ କରିବା ପାଇଁ ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିିବିରର ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରି ଯେପରି ସ୍ୱେଚ୍ଛାକୃତ ରକ୍ତଦାତାମାନେ ଆସି ଆଗ୍ରହର ସହକାରେ ରକ୍ତଦାନ କରିପାରିବେ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।


