୩ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ସୁବର୍ଣ୍ଣଗିରି, ଓରା ଏବଂ ମାର୍ଲାଙ୍ଗା ପଞ୍ଚାୟତର ବହୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ଅନେକ ଗ୍ରାମକୁ ବୋଫରଜୋନ୍ ଭାବେ ଘୋଷଣା କରାଯାଇଛି। ପ୍ରକାଶ ଯେ, ଗତ ଦିନରେ ଉକ୍ତ ୩ ଟି ପଞ୍ଚାୟତରୁ ଜଣେ ଲେଖାଏଁ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ବିଡିଓ କୈଳାସ ମୁର୍ମୁ ସୂଚନା ଦେଇଛନ୍ତି। ଉକ୍ତ ପଞ୍ଚାୟତ ଗୁଡ଼ିକର ବିଭିନ୍ନ ଅଞ୍ଚଳରେ ନାକା କରାଯାଇ ଯାତାୟାତ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବାବେଳେ ବ୍ଲକର ଶିକ୍ଷକମାନଙ୍କୁ ୨୪ ଘଣ୍ଟିଆ ଦାୟିତ୍ୱ ଦିଆଯାଇଛି। ସେହିଭଳି ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ତହସିଲଦାର ଓ ଥାନା ଅଧିକାରୀ ମଧ୍ୟ ତୁହାକୁ ତୁହା ଗସ୍ତକରି ପରିସ୍ଥିତି ପ୍ରତି ନଜର ରଖୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ