୧୮ଜିଲ୍ଲା ପରିଷଦ ସଭ୍ୟଙ୍କୁ ଧରି ଜିଲ୍ଲାପାଳଙ୍କୁ ଭେଟିଥିବା ସଭ୍ୟା ୮ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ପିଡିଙ୍କୁ ପ୍ରକଳ୍ପ ତାଲିକା ଦେଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କିଛିଦିନ ତଳେ ୧୮ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ୱ ନେଇ ଜିଲ୍ଲାପାଳଙ୍କୁ ଭେଟିଥିବା ଜିଲ୍ଲା ପରିଷଦ ସଭ୍ୟା ଜୋସ୍ôନାରାଣୀ ଜେନା ଆଜି ୮ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କୁ ଭେଟି ୫ମ ସିଏଫସି ପାଣ୍ଠି ନିମନ୍ତେ ପ୍ରକଳ୍ପ ତାଲିକା ପ୍ରଦାନ କରିଥିବା ଦେଖାଯାଇଛି । ପୂର୍ବରୁ ତାଙ୍କ ସହିତ ଥିବା ଅନ୍ୟ ୧୦ଜଣ ଜିଲ୍ଲା ପରିଷଦ ସଭ୍ୟ ପରବର୍ତ୍ତି ସମୟରେ ଜିଲ୍ଲା ପରିଷଦ ସଭାପତିଙ୍କ ସହିତ ୫ମ ସିଏଫସି ପାଣ୍ଠି ନିମନ୍ତେ ନିଜ ନିଜର ପ୍ରକଳ୍ପ ତାଲିକା ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି ।


