୩୦ ସୁଦ୍ଧା ବିଦ୍ୟୁତ ବିଲ୍ ଦେଲେ ପାଇବେ ରିହାତି

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ସୁଦ୍ଧା ବିଦ୍ୟୁତ ବିଲ ଦାଖଲ କର, ୪% ରିହାତି ନିଅ । ମେ’୩ ତାରିଖ ସୁଦ୍ଧା ବକେୟା ବିଲରେ ବି ମିଳିପାରିବ ରିହାତି । ଏକକାଳୀନ ସମାଧାନ ବା ୱାନ ଟାଇମ ସେଟେଲମେଣ୍ଟରେ ଏଭଳି ଲାଭ ପାଇପାରିବେ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଗୁରୁବାର ସେସୁ ସିଇଓ ଚିଠି ଲେଖି ଉପରୋକ୍ତ ନିଷ୍ପତ୍ତି ବାବଦରେ ସୂଚିତ କରିଛନ୍ତି । ସେହିପରି ନେସ୍କୋ, ୱେସ୍କୋ ଓ ସାଉଥକୋର ପ୍ରଶାସନିକ ଅଧିକାରୀ (ଏଇ)ଙ୍କୁ ମଧ୍ୟ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକଡାଉନ ସମୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଲ୍ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ