୫ଟି ବିଦ୍ୟାଳୟ ଛାତ ରୁ ପଲସ୍ତରା ଖସି ୩ ଶିକ୍ଷକ ଗୁରୁତର

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାର ପିଲା ଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ନିମନ୍ତେ ଆରମ୍ଭ କରିଛନ୍ତି ୫ଟି ଯୋଜନା। ଏହି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିଦ୍ୟାଳୟ ର ଉନ୍ନତିକରଣ କାର୍ଯ୍ୟ କରାଯାଉଛି। କିଛି ଅସାଧୁ ବ୍ୟକ୍ତି ଓ ସରକାରୀ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା କାରଣରୁ ଏହି ଯୋଜନା ଫଳପ୍ରଦ ହୋଇ ପାରୁନାହିଁ। ସରକାରୀ ଅର୍ଥ କୁ ସେମାନେ ବାଟମାରଣା କରୁଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଏକ ୫ ଟି ବିଦ୍ୟାଳୟ ରୁ ଆସିଛି ଏହାର ପ୍ରମାଣ। ମାତ୍ର କିଛି ଦିନ ତଳେ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ପଢ଼ିଆରୀ ବିଦ୍ୟାପୀଠ କୁ ୫ଟି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟ ର ଉନ୍ନତି କରଣ କାର୍ଯ୍ୟ କରା ଯାଇଥିଲା। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେତୁ ଆଜି ବିଦ୍ୟାଳୟ ର ଛାତରୁ ପଲସ୍ତରା ଭୁଶୁଡି ୩ ଶିକ୍ଷକ ଗୁରୁତର ହେବା ସହ ଅନ୍ୟ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି।ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟ ରେ ବିଦ୍ୟାଳୟ ର ଏକ ଶ୍ରେଣୀକକ୍ଷ ରେ ଷ୍ଟାଫ ଙ୍କ ର ଏକ ବୈଠକ ଚାଲୁଥିବାବେଳେ ବିଦ୍ୟାଳୟ ଛାତ ର ଦଶ ଫୁଟ ରୁ ଉର୍ଦ୍ଧ ଓସାର ର ଛାତ ର ପଲସ୍ତରା ଭାଙ୍ଗି ଭୁଶୁଡି ପଡିଥିଲା। ରାଜ୍ୟ ସରକାର ଙ୍କ ତରଫରୁ ଏହି ବିଦ୍ୟାଳୟ କୁ ୫ଟି ରେ ରୂପାନ୍ତରିତ କରାଯାଇ ବ୍ଲକ ପ୍ରଶାସନ ତରଫରୁ ଏହାକୁ କାର୍ଯ୍ୟକାରି କରାଯାଇଥିଲା।ପଞ୍ଚାୟତ ନିର୍ବାଚନ କୁ ଆଖି ରେ ରଖି ଠିକାଦାର ଏହାକୁ ତରବରିଆ ଭାବେ କାର୍ଯ୍ୟ କରିଥିଲେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ର ପୁରୁଣା କାନ୍ଥ ରେ କେବଳ ସିମେଣ୍ଟ ମରାଯାଇ ରଙ୍ଗ ର ପ୍ରଲେପ ଦିଆଯାଇ ଠିକାଦାର ବିଲ୍ ନେଇଥିଲେ ଫଳରେ ଖୁବ କମଦିନ ରେ ଏଭଳି ଦୁର୍ଦଶା ଘଟିଛି।ସୌଭାଗ୍ୟ କୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି। ବିଦ୍ୟାଳୟ କାର୍ଯ୍ୟ ଚାଲୁ ଥିବାବେଳେ ଏଭଳି ଘଟଣା ଘଟିଥିଲେ ବ୍ୟାପକ ଜୀବନହାନୀ ହୋଇଥାନ୍ତା ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଉକ୍ତ ବିଦ୍ୟାଳୟ ର ଉନ୍ନତି କରଣ କାର୍ଯ୍ୟ ନିମ୍ନମାନର ହୋଇଥିବା ସମ୍ପର୍କ ରେ ଅଭିଯୋଗ ହୋଇଥିଲେ ବି ବ୍ଲକ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତାଳଦା ଏକ ଦୀପାଞ୍ଚଳ ହୋଇଥିବାରୁ କୌଣସି ଅଧିକାରୀ ନଦୀ ପାର ହୋଇ କାର୍ଯ୍ୟ ର ତଦାରଖ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ।ଯାହାଫଳରେ ତରବରିଆ ଭାବେ ଠିକାଦାର ଯେଣେ ତେଣେ ପ୍ରକାର କାର୍ଯ୍ୟ ଟିକୁ ସାରି ବିଲ ନେଇଯାଇଥିଲେ। ଯାହାର କୁ ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳିଛି । ଯେଉଁ ବିଦ୍ୟାଳୟ ରେ କର୍ମଚାରୀ ସୁରକ୍ଷିତ ନାହାନ୍ତି ସେଠି ପିଲା କିପରି ସୁରକ୍ଷିତ ଭାବେ ପାଠ ପଢିବେ ବୋଲି ପ୍ରଶ୍ନ କରି ଅଭିଭାବକ ମାନେ ଆଉ ବିଦ୍ୟାଳୟ କୁ ସେମାନଙ୍କ ପିଲା ଙ୍କୁ ପାଠ ପଢିବାକୁ ଛାଡ଼ିବେନି ବୋଲି କହିଛନ୍ତି। ଏହି ବିଦ୍ୟାଳୟ ଉନ୍ନତି କରଣ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ଦାବି କରିବା ସହିତ କାର୍ଯ୍ୟ କରିଥିବା ଠିକାଦାର ଓ କାର୍ଯ୍ୟ ତଦାରଖ କରିଥିବା ବ୍ଲକ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ