ବାଲେଶ୍ବର ଓୟୁଜେ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

ବାଲେଶ୍ବର, (ସରୋଜ ପଣ୍ଡା):ଓଡ଼ିଶା ସାମ୍ବାଦିକ ୟୁନିଅନ୍ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଜି ଦହପଡ଼ା ସ୍ଥିତ ଭାରତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି କଲେଜ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟକ ସ୍ଵରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ୨୦ ଟି କରି ଗଛ ଲଗାଇବାକୁ ଚେଷ୍ଟା କରିବା ସହିତ ଅନ୍ୟ ମାନଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।ସେ କହିଲେ ଯେ, ଓଡ଼ିଶା ସାମ୍ବାଦିକ ୟୁନିୟନର ଏଭଳି ମହତ କାର୍ଯ୍ୟ ସର୍ବଦା ସ୍ବାଗତ ଯୋଗ୍ୟ। ଏଥିପାଇଁ ସଂଘ ର କର୍ମକର୍ତ୍ତାଙ୍କୁ ସେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଏହିବୁ କାର୍ଯ୍ୟ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ରାଶି ଦୁଇ ଲକ୍ଷ ରୁ ୫ଲକ୍ଷ କୁ ସରକାର ବୃଦ୍ଧି କୁ ସ୍ଵାଗତ କରି ସେ କହିଲେ ଯେ,ସରକାର ସାମ୍ବାଦିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଦହପଡ଼ା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରଣତି ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ସାମ୍ବାଦିକ ମାନେ ଦେଶର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରୁଥିବାରୁ ସାମ୍ବାଦିକ ସୁରକ୍ଷା ଆଇନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗୁ କରିବାକୁ ନିବେଦନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଟ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି ଚାରା ରୋପଣ କରି କହିଲେ ଯେ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ମହତ କାର୍ଯ୍ୟ। ସାମ୍ବାଦିକ ବନ୍ଧୁ ମାନେ ଏହା କରୁଥିବାରୁ ସେ ସ୍ବାଗତ କରିଥିଲେ। ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ନେତୃତ୍ୱରେ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ସଂଘର ବରିଷ୍ଟ ସଦସ୍ୟ ଅଜିତ କୁମାର ମହାନ୍ତି, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ସଦର ସଂଗଠକ ମହମ୍ମଦ ହାଇଦର ଖାନ, କମଳା କାନ୍ତ ନାୟକ, କହ୍ନେଇ ଚରଣ ପ୍ରଧାନ, ଯୁବନେତା ହରିଶ ଜେନା, କଲେଜର ଟ୍ରଷ୍ଟି ଡ. ଶ୍ରୀମାନ ଶ୍ରୀଚନ୍ଦନ, ମନୋଜ କୁମାର ଜେନା, ଅସିତ୍ କୁମାର ଦାସ, ଆକାଶ ମୋଦି କଲେଜର ଅଧ୍ୟକ୍ଷ ଏସ କେ ଗ୍ୟାସଉଦ୍ଦିନ, ପ୍ରଦୀପ କୁମାର ଗିରି, ପ୍ରେମଜିତ୍ ସିଂହ, ପ୍ରମିଳା ଦାଡ, ମାନସୀ ମଲ୍ଲିକ, ସଗୁପ୍ତା କ୍ୱାଦ୍ରି, ଶୁଭଲକ୍ଷ୍ମି ସାହୁ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ