୫ଦଫା ଦାବି ପୁରଣ ନେଇ ଗଜପତି ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଓଡିଶାରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ରାଜ୍ୟ ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ଆହ୍ୱାନ କ୍ରମେ ସଂଘର ଗଜପତି ଜିଲ୍ଲା ଶାଖାର ସଂପାଦକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀନିବାସ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଉକ୍ତ ସ୍ମାରକପତ୍ରରେ ୫ଦଫା ଦାବି ପୁରଣ ପାଇଁ ଉଲ୍ଲେଖ କରିଥିବା ବେଳେ ଦାବି ପୁରଣ ନ ହେଲେ ଗଜପତି ଜିଲ୍ଲା ତଥା ଓଡିଶା ରାଜ୍ୟର ସମସ୍ତ ପ୍ରାଣୀଧନ ନିରୀକ୍ଷକ ଆସନ୍ତା ୦୫.୧୦.୨୦୨୧ ଠାରୁ କଳାବ୍ୟାଜ୍ ଧାରଣ କରି ଶାନ୍ତିପୂର୍ଣ୍ଣ ଭାବେ ଦାବି ପୁରଣ ହେବା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କହିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଗଜପତି ଜିଲ୍ଲା ସଂଘର ଜଗନ୍ନାଥ ରଥ, ସୂର୍ଯ୍ୟ ନାରାୟଣ ପଣ୍ଡା, ବିଭୁତି ଭୂଷଣ ଗନ୍ତାୟତ, ଶାନ୍ତ ପାଣି, ପି.କାର୍ତ୍ତିକ, ୱାଇ.ଧନଲକ୍ଷ୍ମୀ, ପି.ବିହାରୀ, ଉଷାରାଣୀ ଶବର, ବି.ନାଗେଶ୍ୱର ରାଓ, ଗୌରହରି ବେହେରା ଓ ଜିଲ୍ଲାର ସମସ୍ତ ପ୍ରାଣୀଧନ ନିରୀକ୍ଷକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ