୫୪ ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଓ ବୁଗୁଡା ପିପୁଲସ କଲେଜ ପକ୍ଷରୁ ଆୟୋଜିତ ୫୪ ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବ୍ରହ୍ମପୁରର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଟିମ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ଗ୍ରହଣ କରିଛନ୍ତି। ଫାଇନାଲ ମ୍ୟାଚ ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲ କଲେଜ ଟିମ ଓ ବ୍ରହ୍ମପୁର ସିଟି କଲେଜ ଟିମ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା। କ୍ରୀଡା ସଂସଦର ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସୁବାସ ଚନ୍ଦ୍ର ପରିଡା ଏବଂ ସମ୍ମାନିତ ଅତିଥି ଭାବେ କଲେଜ ଗଭର୍ନିଂ ବଡ଼ିର ସଭାପତି ରଜନୀକାନ୍ତ ଭଟ୍ଟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜେଶ ମହାନ୍ତି ଓ ଜେ. କାମେଶ୍ବର ରାଓ ଯୋଗଦେଇଥିଲେ। ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ବିଜୟୀ ଟ୍ରଫି ଏମ.କେ.ସି.ଜି. ମେଡ଼ିକାଲ କଲେଜ ଟିମକୁ ପ୍ରଦାନ କରିଥିବା ବେଳେ ସିଟି କଲେଜ ଟିମକୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଖେଳ ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଏମ. ଶ୍ରୀନିବାସ ଦୋରା ସମସ୍ତ ମ୍ୟାଚକୁ ଉତ୍ତମ ଭାବେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ