୫୫ ତମ ଆନ୍ତଃମହାବିଦ୍ଯାଳୟ ଭାର ଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ବୁଗୁଡା, (ଅନିଲ କୁମାର ମହାରଣା):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଓ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୫୫ ତମ ଆନ୍ତଃ-ମହାବିଦ୍ଯାଳୟ ଭର ଉତ୍ତୋଳନ (ପୁରୁଷ ଓ ମହିଳା) ଓ ସୁନ୍ଦର ସ୍ୱାସ୍ଥ୍ୟ (ପୁରୁଷ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବୁଗୁଡ଼ା ପୋଲିସ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନ, ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପର୍ଯ୍ୟବେକ୍ଷକ ଭାବେ କୀଡା ପରିଷଦ ସମ୍ପାଦକ ରାଜେଶ ମହାନ୍ତି ଓ ଜେ କାମେଶ୍ୱର ରାଓ, ସଚ୍ଚିତାନନ୍ଦ ଦାସ, ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଓ ସମିତି ସଭ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ବୃନ୍ଦ କ୍ରୀଡାର ଉପକାରିତା ବିଷୟରେ ବକ୍ତବ୍ୟ ରଖିବା ସହ ମୋବାଇଲ ଖେଳ ଛାଡି ଶାରୀରିକ ଖେଳ କସରତ କରିବାକୁ ପରାମର୍ଶ ଦେଇଥିଲେ। ମହିଳା ଭାର ଉତ୍ତୋଳନରେ ବିଭିନ୍ନ ବିଭାଗରେ ସନ୍ଧ୍ୟା ରାଣୀ ନାୟକ, ତୁଳସୀ ସାହୁ, ଲିପ୍ସା ସାହୁ, ସଂଗୀତା ପାଢ଼ୀ, କର୍ଷିମା ପାଢ଼ୀ ପ୍ରଥମ ହୋଇଥିବାବେଳେ ପୁରୁଷ ଭାର ଉତ୍ତୋଳନ ବିଭାଗରେ ରାମଚନ୍ଦ୍ର ମାଡକାମୀ, ଆଶିଷ ମହାନ୍ତି, ଦୀପକ ପ୍ରଧାନ, ଦାମୋଦର ପାଣିଗ୍ରାହୀ, ସ୍ବର୍ଣ୍ଣରାଜ ବାଡତିଆ, ନରସିଂହ ନାୟକ, ରୋଶନ ସେଠୀ ଓ ଜଗନ୍ନାଥ ଗୌଡ଼ ପ୍ରଥମ ହୋଇଥିଲେ। ସେହିପରି ସୁନ୍ଦର ସ୍ୱାସ୍ଥ୍ୟରେ ସିଦ୍ଧାନ୍ତ ସାହୁ, ଅମର ନାୟକ, ମଙ୍ଗରାଜ ସାହୁ ଓ ଆଶିଷ ସାହୁ ପୁରସ୍କୃତ ହୋଇଥିବାବେଳେ ଆଶିଷ ସାହୁ “ବିଶ୍ୱବିଦ୍ୟାଳୟ ଶ୍ରୀ” ମନୋନୀତ ହୋଇଥିଲେ। ଏଥିରେ ଉମାଚାରଣ ଶତପଥୀ ଅନ୍ତର୍ଜାତୀୟ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ