୭୫ କିମି ପ୍ଲାଷ୍ଟିକ ମୁକ୍ତ ହେବ ବେଳାଭୂମି ଅଭିଯାନ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଦି ଇକୋ ୱାରିୟର ଓ ଭରସା ପକ୍ଷରୁ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଆରମ୍ବ ହୋଇଥିବା ପ୍ରୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ୭୫ କିମି ବେଳାଭୂମି ପ୍ଲାଷ୍ଟିକ ମୁକ୍ତ ସଫେଇ ଆଭିଜାନ ଶେଷ ହୋଇଛି। ଆଜି ସୋନପୁର ଠାରେ ଅନୁଷ୍ଠିତ ଶେଷ ପର୍ଯ୍ୟାୟରେ ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା କରୁଥିବା ମହାରାଷ୍ଟ୍ରରୁ କନ୍ୟାକୁମାରି ପର୍ଯ୍ୟନ୍ତ ସାଇକେଲ ବାହାରି ଗଂଜାମରେ ପହଞ୍ଚିଥିବା ଇଂ. ଏକନାଥ , ଇକୋକ୍ଲବରେ ଜିଲ୍ଲା ସଂଯୋଗ ଡ଼. ଶଙ୍କର ନାରାୟଣ ବେଜ଼, ଅନ୍ତର୍ଜାତୀୟ ଦୁଃସାହସିକ ନୌଚାଳନା କ୍ରୀଡ଼ାବିତ ମନସ୍ୱନୀ ମହାରଣା,କୋଭିଡ଼ି ଯୋଧ୍ୟା ସରସ୍ୱତୀ ମହାଙ୍କୁଡ଼, ଟାଟା ଷ୍ଟିଲର ସିଏସଆର କୋଡ଼ିନେଟର ହରିହରଜେନା ସୋନପୁର ସରପଙ୍କ ଲକ୍ଷ୍ମୀଧର ବେହେରା, ସମିତି ସଭ୍ୟ ଅମୂଲ୍ୟ ବେହେରା, ସମାଜସେବୀ ତଥା ଶିକ୍ଷକ ବିରେନ୍ଦ୍ର ବେହେରା, ଓ ଭାରତ ବିକାଶ ଗ୍ରୁପରର ସାହିଲ ଖାନ ଯୋଗଦେଇ ଉତ୍ସହିତ କରିଥିଲେ। ସଂଗଠନ ପକ୍ଷରୁ ଗଞ୍ଜାମ ପ୍ରାୟଗି ସ୍ଥିତ ଅଳେଶ୍ୱର ବେଳାଭୂମି ଠାରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଏକ ଅଭିଯାନ ହାତକୁ ନିଆଯାଇଛି ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ। ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରତି ରବିବାର ଦିନ ସଦସ୍ୟମାନେ ବିଭିନ୍ନ ବେଳାଭୂମୀ ସଫେଇ ଜାରି ରଖିଛନ୍ତି ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ, ଛତ୍ରପୁର ବ୍ଲକ, ରଙ୍ଗେଇଲୁଣ୍ଡା ବ୍ଲକ, ଚିକିଟି ବ୍ଳକ , ଗଞ୍ଜାମ ଓ ଗୋପାଳପୁର ଏନଏସିରେ ବର୍ତ୍ତମାନ ସୁଦ୍ଧା ୧୦ଟି ପର୍ଯ୍ୟାୟରେ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ସେହିପରି ପ୍ରଥମ ଦିନରେ ସଂଗଠନ ପକ୍ଷରୁ ଅଳେଶ୍ୱର ବେଳାଭୂମୀ ପରେ ପର୍ଯ୍ୟାୟକ୍ରମେ ବଟେଶ୍ୱର, ଗୋଖରକୁଦା, ନୁଆଗାଁ, ଆର୍ଯ୍ୟପଲ୍ଲୀ, ହରିପୁର, ଧବଳେଶ୍ୱର ମାର୍କଣ୍ଡି , ନାରାୟଣପାଟଣା ବେଳାଭୂମୀକୁ ସଫେଇ କରାଯାଇଥିଲା କାର୍ଯ୍ୟକ୍ରମର ସଂଯୋଜକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନା ରେ ଏହି ବେଳାଭୂମୀ ସଫେଇର କାର୍ଯ୍ୟକ୍ରମରେ ସଦସ୍ୟ ଗୁରୁନାଥ ରେଡ୍ଡୀ,ଅଖିଳ ତରାଇ,ପ୍ରଭାତ ବିଶ୍ବାଳ,ସିମାଞ୍ଚଳ ଦାସ,ସନ୍ତୋଷ ତରାଇ,ପ୍ରକାଶ ରେଡ୍ଡୀ,ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ,ଦିପୁ ଦଳାଇ,ପ୍ରଭାତ ସାହୁ, କିରତ ରେଡ୍ଡୀ, କରୁଣାକର ରେଡ୍ଡୀ,ପ୍ରଶାନ୍ତ ସାହୁ, ଧରିତ୍ରୀ ସାହୁ,ବସନ୍ତ ସାହୁ,ପ୍ରଶାନ୍ତ ସାହୁ,ଅପୂର୍ବ ପଟ୍ଟନାୟକ, ତ୍ରିପତି ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଆଜିର ସଫେଇ କାର୍ଯ୍ୟକ୍ରମରେ ବେଳାଭୂମିରୁ ୨୦୨କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ