ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୯ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୯ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅଧ୍ୟକ୍ଷ ସି. ଏଚ ସୁଧାକରଙ୍କ ପୌରହିତ୍ୟରେ ଉଦ୍ଘାଟିତ ହୋଇଯାଇଛି ।ଏହି ଉତ୍ସବରେ ସ୍ଥାନୀୟ ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ,ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ମହାବିଦ୍ୟାଳୟର ବରିଷ୍ଠ ରାସାୟନବିତ ଅଧ୍ୟାପକ ଶ୍ରୀ ରୋହିତ କୁମାର ସାହୁ,ସମ୍ମାନିତ ଅତିଥିଭାବେ ରମ୍ଭା ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ବାଳକୃଷ୍ଣ ମହାରଣା ଓ ସୁବଳୟା ଗ୍ରାମ୍ୟ କମିଟିର ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ ।ନିମନ୍ତ୍ରିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଖେଳୁଆଡ଼ ମନୋଭାବ ନେଇ ଖେଳ ପ୍ରଦର୍ଶନ କରିବାକୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉପଦେଶ ଦେଇଥିଲେ ।କ୍ରୀଡ଼ା ସଂସଦର ସଂଯୋଜକ ତଥା ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼. ରବୀନ୍ଦ୍ର ନାଥ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ଇତିହାସ ବିଭାଗର ଅଧ୍ୟାପକ ଡ଼. ବସନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କ୍ରୀଡ଼ା ପ୍ରତିଯୋଗୀତାକୁ ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ବେହେରା ଏବଂ ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଉଷ୍ମ କିଶୋର ବିଶ୍ୱାଳ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


