୮ବର୍ଷ ଶିଶୁର ଅନ୍ତିମ ସଂସ୍କାର କଲା ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ

କଟକ, (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲାର ଆଶିଷ ବାଗ (୮)ବର୍ଷ କର୍କଟ ପୀଡିତ ଶିଶୁର ଗୁରୁବାର ଦିନ ଦେହାନ୍ତ ହୋଇଥିଲା । ଶିଶୁଟିର ଅନ୍ତିମ ସଂସ୍କାର ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ କରାଯାଇଛି । ସୂଚନାଥାଉ କି, ଶିଶୁଟିର ପିତାମାତା ଅତ୍ୟନ୍ତ ଗରିବ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ପଇସା ନଥିଲା । ୩ ମାସ ଧରି ଆଚାର୍ଯ୍ୟ ହରି ହର ଅ।ଞ୍ଚଳିକ କର୍କଟ ସେବା ପ୍ରତିଷ୍ଠାନରେ ରହି ଚିକିତ୍ସିତ ହେଉଥିଲେ । ଏଥିରେ ଡାକ୍ତରଖାନାର କର୍ମଚାରୀମାନେ ଚାନ୍ଦା ଆଦାୟ କରି ଶିଶୁଟିକୁ ସହାୟତା କରୁଥିଲେ । ଗୁରୁବାର ଦିନ ଶିଶୁଟିର ଦେହାନ୍ତ ହୋଇଥିଲା । ଖବର ପାଇ ଜୟଜଗନ୍ନାଥ ସେବା ସମିତିର କର୍ମକାର୍ତ୍ତାମାନେ ଶିଶୁଟିର ଅନ୍ତିମ ସଂସ୍କାର ଖାନନଗର ଶ୍ମାଶନରେ କରାଇଥିଲେ । ଏଥି ସହ ଶିଶୁଟିର ପିତାମାତାଙ୍କୁ ନିଜ ଗ୍ରାମକୁ ଫେରିଯିବା ପାଇଁ ବ୍ୟବସ୍ଥା କରାଇଥିଲେ । ଏହିପରି ସେବା କାର୍ଯ୍ୟରେ ହରମୋହନ ନାୟକ, ସୁନିଲ ପ୍ରଧାନ, ଦୀପକ ମହାରଣା, ବିଶ୍ୱ ରଞ୍ଜନ ଷଢଙ୍ଗୀ, ସୁନୀଲ ବେହେରା, ଜଶବନ୍ତ ସାହୁ, ଜଗନ୍ନାଥ ସାହୁ, ଅନୀଲ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ