୮ଯାଏ କଟକ ସଟଡାଉନ୍
କଟକ: କରୋନା ପଜିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବିଏମସି ପକ୍ଷରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ୮ ତାରିଖ ମଧ୍ୟରାତ୍ର ଯାଏ ସଟଡାଉନ ରଖିବାକୁ ଘୋଷଣା କରାଯାଇଛି । ଘୋଷଣା ତତ୍କାଳ ଲାଗୁ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବ ନାହିଁ । ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ସକାଳ ୫ରୁ ସନ୍ଧ୍ୟା ୬ଯାଏ ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ଖୋଲିବ । ଔଷଧ ଦୋକାନ ନିୟମିତ ଖୋଲିବ । ଅନଲାଇନ ଡେଲିଭରି ଚାଲୁ ରହିବ । ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ, ଶନିବାର କଟକ ସହରରୁ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୬ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ୫ ରୋଗୀ ଓ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ୬ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ କଟକ ରାଣୀହାଟ ମାଳିସାହିକୁ କଟକ ମହାନଗର ନିଗମ ବା ସିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଥିଲା । କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । କଣ୍ଟେନମେଣ୍ଟ ଜୋନରେ ଗାଡ଼ି ଆତଯାତକୁ ମନା କରାଯାଇଥିବାବେଳେ ଘରୁ କେହି ନବାହାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


