୯୩୦ ଲିଟର ମଦ ଜବତ, ୧୪ ଜଣ ଗିରଫ,୨୧ ହଜାର ୬ ଶହ ଲିଟର ପୋଚ ନଷ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ରବିବାର ଦିନ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ବୁଗୁଡା ଅଞ୍ଚଳର ଚାରିଗୋଟି ସ୍ଥାନରେ ମିଳିତ ଭାବେ ଚଢ଼ାଉ କରାଯାଇ ୯୩୦ ଲିଟର ଦେଶୀ ମଦ ଜବତ କରିବା ସହ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ୨୧ ହାହାର ୬ ଶହ ଲିଟର ପୋଚ ନଷ୍ଟ କରାଯାଇଥିବା ଜଣାପଡିଛି। ମାଣିତରା ନିକଟସ୍ଥ ମା ସେନାପତି ପୀଠ ଜଙ୍ଗଲ, ଭୋଗଡ ଗ୍ରାମ , ବିରଞ୍ଚିପୁର ଗ୍ରାମ ଓ ବୁଗୁଡା ମୋଚିସାହି ଏହିପରି ୪ ଟି ସ୍ଥାନରେ ଚୋରାରେ ମଦ ରନ୍ଧା ହେଉଥିବା ଖବର ପାଇ ଗଞ୍ଜାମ ଅବକାରୀ ବିଭାଗ ଡ଼ିଏସପି ଅଭିରାମ ବେହେରାଙ୍କ ନେତୃତ୍ୱରେ ଅବକାରୀ ବାହିନୀ ଓ ପୋଲିସ ବାହିନୀ ଦ୍ୱାରା ଚଢ଼ାଉ କାର୍ଯ୍ୟକ୍ରମ ହୋଇଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ। ଚାରି ସ୍ଥାନରୁ ୯୩୦ ଲିଟର ଦେଶୀ ମଦ ଜବତ କରିବା ସହିତ ୨୧ ହଜାର ୬ ଶହ ଲିଟର ପୋଚ ନଷ୍ଟ କରାଯାଇ ଥିବା ବେଳେ ବିଭିନ୍ନ ସ୍ଥାନରୁ ୧୪ ଜଣଙ୍କୁ ଗିରଫ କରାଯାଇଛି । ଲକ ଡାଉନର ସୁଯୋଗ ନେଇ ଚୋରା ମଦ ରାନ୍ଧିବା ବୁଗୁଡା ଅଞ୍ଚଳରେ ଏକ କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି। ଅବକାରୀ ବିଭାଗ ଓ ପୋଲିସ ବିଭାଗ ଦ୍ଵାରା ବାରମ୍ବାର ଚଢ଼ାଉ ହେଲେ ଚୋର ମଦ ବ୍ୟବସାୟ କମିପାରିବ ବୋଲି ଆଶା କରାଯାଉଛି। ଆଜିର ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗଲ, ମୋହନ ପ୍ରଧାନଓ ପ୍ରୀତିଧର ନାୟକ,ଏବଂ ବୁଗୁଡା ଇନ୍ସପେକ୍ଟର ପାର୍ଥ ସାରଥୀ ରାଉତ, ଏଏସଆଇ ମମତା କୁମାରୀ ଦାସ, ନିରଞ୍ଜନ ବେହେରା, ନିରେନ୍ଦ୍ର ଶବର, ମନୋରଞ୍ଜନ ସେଠୀ ଓ ପୋଲିସ ବିଭାଗ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଗିରଫ ୧୪ ଜଣଙ୍କ ମଧ୍ୟରୁ ଅବକାରୀ ବିଭାଗ ୯ ଜଣଙ୍କୁ ଗିରଫ କରିଥିବା ବେଳେ ପୋଲିସ ବିଭାଗ ୫ ଜଣଙ୍କୁ ଗିରଫ କରାଯାଇ ଥିବା ଅବକାରୀ ଡ଼ିଏସପି ଅଭିରାମ ବେହେରା ଓ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ