ୱାରେଣ୍ଟିଙ୍କୁ ଗିରଫରେ ସଫଳତା : ତାଳଚୁଆ ସାମୁଦ୍ରୀକ ଥାନା ଅଧିକାରୀଙ୍କୁ ଏସିପିଙ୍କ ପ୍ରଶଂସା
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):ଚଲିତ ମାଚଦର୍ଚ ମାସ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିଥିବା ଜାମିନ୍ ବିହିନ ୱାରେଣ୍ଟିଙ୍କୁ ଗିରଫ କରିବା ସ୍ପେସାଲ ଡ୍ରାଇଭିରେ କେନ୍ଦ୍ରାପଡା ଜିଲ୍ଲା ୩୦୭ଟି ଜାମିନ୍ ବିହିନ ୱାରେଣ୍ଟ ଜାରି କରି ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛି । ସେହିପରି କେନ୍ଦ୍ରାପଡା ପୋଲିସ ଜିଲ୍ଲାର ପଟ୍ଟାମୁଣ୍ଡାଇ ପୋଲିସ ଉପଖଣ୍ଡ ଅଧିନ ତାଳଚୁଆ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀକାନ୍ତ ବାରିକ ଜିଲ୍ଲାର ସର୍ବାଧିକ୨୩ଟି ୱାରେଣ୍ଟ ଯାରି କରିବାସହିତ ସେଥି ମଧ୍ୟରୁ ୧୯ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଳଣ କରିଛନ୍ତି । ଶ୍ରୀ ବାରିକଙ୍କ ଏହି ସଫଳ ପଦକ୍ଷପ ପାଇଁ କେନ୍ଦ୍ରାପଡା ଆରକ୍ଷୀଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର ଶ୍ରୀ ବାରିକଙ୍କୁ ପ୍ରଶଂସା କରିଥିବା ସୂଚନା ମିଳିଛି ।


