କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୮ ମୃତ

କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ଘଟି ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏ ଭଳିଏକ ଦୁଃଖଦ ଘଟଣା ଘଟିଛି, ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ। ୫୦ରୁ ୬୦ ଜଶ ଶ୍ରମିକ କମ୍ପାନୀ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ଏକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ୱାଘାଡି ଗାଁର ଶିରପୁର ତାଲୁକାସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ପ୍ରାୟ ୯:୪୫ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ୧୦୦ ଜଣ ଲୋକ ଉପସ୍ଥିତ ଥିଲେ । ପ୍ରାଥମିକ ତଦନ୍ତରୁ ଫ୍ୟାକ୍ଟ୍ରିରେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ