ଚୌଦ୍ୱାରରେ ପୁଣି ୫ କରୋନା ଆକ୍ରାନ୍ତ

ଚୌଦ୍ୱାର, (ଦୀପକ୍ କୁମାର ବେଉରା) : ଚୌଦ୍ୱାର ସହରକୁ ଗ୍ରାସ କଲା କରୋନା । ଏଥର ଏକାବେଳେ ୫ କରୋନା ପଜେଟିଭ ଚିହ୍ନଟ । ଚୌଦ୍ୱାର ପୌରପାଳିକାର ଚୌଦ୍ୱାର କଲେଜ ଛାତ୍ରୀ ନିବାସ ସଂଗରୋଧ କେନ୍ଦ୍ରରେ ଏବଂ ଗୃହ ସଂଗରୋଧ ରେ ଥିବା ୨୯ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ।ସେମାନଙ୍କ ମଧ୍ୟରୁ ୫ ଜଣ ଙ୍କ ପଜେଟିଭ ଆସିବା ପରେ ସହରରେ ଲୋକମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ସଂକ୍ରମିତ ପାଞ୍ଚ ଜଣଙ୍କ ମଧ୍ୟରୁ ୪ଜଣ ସରକାରୀ ସଂଗରୋଧ ଓ ଜଣେ ଗୃହ ସଂଗରୋଧ ରେ ଥିଲେ । ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁନେ ,ଦୁଇ ଦିଲ୍ଲୀ ଓ ଜଣେ ହାଇଦ୍ରାବାଦ ଫେରନ୍ତା ଥିବା ଜଣାପଡିଛି । ଦିଲ୍ଲୀ ଫେରନ୍ତା ଯିଏକି ଗୃହ ସଂଗରୋଧ ରେ ଥିଲେ ସିଏ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସମସ୍ତ ସଂକ୍ରମିଟଙ୍କୁ କୋବିଦ ହସ୍ପିଟାଲ ରେ ଭର୍ତି କରାଯିବା ସହ ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ପୋୖର ଅଧିକାରୀ ପବିତ୍ର କୁମାର ବେହେରା ସୂଚନା ଦେଇଛନ୍ତି । ଏଥିସହ ସେ ସମସ୍ତ ସହରବାସୀ ଙ୍କୁ ସରକାରଙ୍କ କୋବିଦ ନିୟମ ଅନୁଯାୟୀ ଚଳିବାକୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ସହରର ଚାରି ଜଣ କରୋନା ସଂକ୍ରମିତ ହୋଇ ହସ୍ପିଟାଲ ରେ ଚିକିତ୍ସତ ହୋଇ ଏବେ ସୁସ୍ଥ ହୋଇ ଘରକୁ ଫେରି ଆସିଲେଣି ।ଏବେ ପୁଣି ପାଞ୍ଚ ଜଣ ପଜେଟିଭ ବାହାରିବା ଘଟଣା ସହରରେ ଭୟର ବାତାବରଣ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ