ଦୀପାବଳୀ ସନ୍ଧ୍ୟାରେ ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଦୀପାବଳୀ ଅବସରରେ ଓଡିଆ ଇ-ପତ୍ରିକା ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୨ୟ ସଂସ୍କରଣରେ ସମୁଦାୟ ୧୪ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର କଭର ଫଟୋରେ ଦୀପାବଳୀ ଥିମ୍‌କୁ ନେଇ ଏକ ଚାନ୍ଦିନୀ ରଣାଙ୍କ ଏକ ଫଟୋ ସ୍ଥାନିତ କରାଯାଇଛି । ପତ୍ରିକାଟିର ସଂପାଦନା କାର୍ଯ୍ୟ ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ତୁଲାଇଛନ୍ତି । ଏହି ପତ୍ରିକାଟି ଶୁଭପଲ୍ଲବ ୱେବ୍ ସାଇଟ୍ ସହିତ ଆନ୍ତର୍ଜାତୀୟ ରିଡି ସାଇଟ୍ ମାଗ୍‌ଜଟ୍‌ରେ ମୁକ୍ତ ଭାବରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ