ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଧନୁ ସଂକ୍ରାନ୍ତି ଅବସରରେ ଓଡିଆ ଇ-ପତ୍ରିକା ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାର ୩ୟ ସଂସ୍କରଣରେ ସମୁଦାୟ ୧୫ଟି ବଛାବଛା ଗପ, କବିତା ପ୍ରକାଶ ପାଇଛି । ଏହି ସଂସ୍କରଣର ପ୍ରଚ୍ଛଦରେ କୁହୁଡି ଭରା ଶୀତ ସକାଳ ଗାଁର ଦୃଶ୍ୟ ସ୍ଥାନିତ ହୋଇଛି । ଶୁଭ ପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ଏହି ସଂସ୍କରଣର ସଂପାଦନା କାର୍ଯ୍ୟ ତୁଲାଇଛନ୍ତି । ଏହି ପତ୍ରିକାଟି ଶୁଭପଲ୍ଳବ ୱେବ୍‌ସାଇଟ୍ ସହିତ ଶୁଭପଲ୍ଲବ ଷ୍ଟୋର ତଥା ଆନ୍ତର୍ଜାତୀୟ ରିଡିଂ ସାଇଟ୍ ମାଗ୍‌ଜଟ୍‌ରରେ ମୁକ୍ତ ଭାବରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ