ଦୟନୀୟ ଅବସ୍ଥାରେ ଉତ୍ତେଇ କେନାଲ

କର୍ଲାମୁଣ୍ଡା, (ଯୁଗାବ୍ଦ ନ୍ୟୁଜ):ପହିଲି ଶ୍ରାବଣର ବର୍ଷାକୁ ଆଶା କରି ଚାଷୀ ଜୋରସୋରରେ ଧାନବେଉଷଣ ଓ ରୁଆ କାମ ଆରମ୍ଭ କଲେ । ତାପରର ନିଅଣ୍ଟିଆ ବର୍ଷା ଚାଷଜମିରେ ଜଳ ସଙ୍କଟ ସୃଷ୍ଟି କରିଛି । ଧାରା ଶ୍ରାବଣରେ ବିଲ ବାଡ଼ି ପାଣିରେ ଭର୍ତ୍ତି ହେବା ବଦଳରେ ଶୁଣ୍ଢ ହୋଇ ମାଟି ଫାଟି ଆଁ କରୁଛି । ଧାନ ବେଉଷଣ ହୋଇଥିବା ଜମିରୁ ପାଣି ଶୁଖୁଯାଇଛି । ଫଳରେ ଧାନଚାଷରେ ଘାସ ଅଧିକ ହେବା ଆଶଙ୍କା ପ୍ରକାଶ ପାଇଛି । ଧାନ ରୋଇବା ପାଇଁ କଦୁଅ କରିବାକୁ ବି ଜମିରେ ଯଥେଷ୍ଟ ପାଣି ନାହିଁ । ବର୍ତ୍ତମାନ କର୍ଲାମୁଣ୍ଡା ଅଞ୍ଚଳର ଚାଷୀମାନେ ଚିନ୍ତାଗ୍ରସ୍ତ ହେବା ସହ ମେଘକୁ ଚାତକ ପରି ଚାହିଁ ରହିଛନ୍ତି । କର୍ଲାମୁଣ୍ଡା ଅଞ୍ଚଳରେ ଉତେଇ ଜଳସେଚନ ପ୍ରକଳ୍ପ କେନାଲ ପାଣି ବି ଅଧବାଟରେ ଅଟକି ରହିଛି । ଉପରମୁଣ୍ଡର ଜମିକୁ ଛାଡ଼ି ଦେଲେ ତଳମୁଣ୍ଡରେ ଥିବା ଜମିଗୁଡ଼ିକୁ ପାଣି ପହଞ୍ଚିପାରିନାହିଁ । ଏହି ଯୋଜନା ଅର୍ନ୍ତଗତ ୪ଟି ଡିଷ୍ଟ୍ରିବୁଟାରୀ ମଧ୍ୟରୁ ତଳମୁଣ୍ଡରେ ଥିବା ରିଷିଡ଼ା ଡିଷ୍ଟ୍ରିବୁଟାରୀର ଅଧିକାଂଶ ଅଞ୍ଚଳକୁ କେନାଲ ପାଣି ପହଞ୍ଚି ପାରିନାହିଁ । ବେଡ୍ ସଫେଇ ଅଭାବରୁ ମାଇନର , ସବ୍‌ମାଇନର ଏପରିକି ମୁଖ୍ୟ କେନଲର ଅବସ୍ଥା ବି ଅତି ଶୋଚନୀୟ ରହିଛି । ରିଷିଡ଼ା ଡିଷ୍ଟ୍ରଚ୍ୟୁଟାରୀ ଅଧୀନସ୍ଥ ରିଷିଡ଼ା , ପୌରକେଲା ପଞ୍ଚାୟତର ଅଧିକାଂଶ କେନଲକୁ ଟୋପେ ବି ପାଣି ଆସିନାହିଁ । ରିଷିଡ଼ା କୁମ୍ଭାରପଡ଼ା , କୁନ୍ଦେଇପାଲି , ତେରକେଲା , ଖରଝୁରା , ଶିରାବାହାଲ , ପୌରକେଲା , ବୁଢ଼ୀପଦର ସମେତ. ପାଣି ୪ଟି , କେନାଲକୁ , ଡୁକେରମାଲ ଡିଷ୍ଟ୍ରଚୁଟାରୀର ତେରେସିଂ ହା , ସମେତ ଏସ୍‌ମାଲପଡ଼ା , ପୁଟିଗାଁ , ରିଞ୍ଜା ଅଞ୍ଚଳବାସୀଙ୍କ ପାଇଁ କେନାଲ ପାଣି ଏବେ ବି ସ୍ବପ୍ନ ହୋଇ ରହିଛି । ବର୍ତ୍ତମାନ ଉତେଇ ଜଳସେଚନ ଯୋଜନାର ୪ଟି ଡିଷ୍ଟ୍ରିବୁଟାରୀ ( ସେକସନ ) ପାଇଁ ୪ଜଣ କନିଷ୍ଠଯନ୍ତ୍ରୀ ରହିବା ସ୍ଥାନରେ ମାତ୍ର ଜଣେ ଯନ୍ତ୍ରୀ ଥିବାରୁ ସମସ୍ତ ଅଞ୍ଚଳର ସମସ୍ୟା ବୁଝିବା ତାଙ୍କ ପାଇଁ ଅସୁବିଧା ହେଉଥିବା ସ୍ୱାଭାବିକ । ପୁଣି ବିଭାଗରେ କର୍ମଚାରୀ ଅଭାବ ମଧ୍ୟ ଅଧିକ ରହିଛି । ଖଲାସୀ , ୱାର୍କଚାର୍ଜମାନେ ଅବସର ନେବାପରେ ଆଉ ନୂତନ ନିଯୁକ୍ତି ହେଉନାହିଁ । ଫଳରେ ଏଠାକାର କର୍ମଚାରୀ ସଂଖ୍ୟା ଅତି ନଗନ୍ୟ ଜଣେ ବୁଝିବା । ସେହିପରି ଜଳଯେଗାଣ ଦାୟିତ୍ଵ ବୁଝିବାକୁ ଥିବା ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସରିବାର ଦୁଇବର୍ଷରୁ ଅଧିକ ହେଲାଣି , ନୂତନ ନିର୍ବାଚନ ହୋଇ ନଥିବାରୁ ପାଣିପଞ୍ଚାୟତ ଏଠି ଠପ୍ ହୋଇ ପଡିଛି । ପ୍ରକୃତରେ କହିବାକୁ ଗଲେ ୯୪ଶହ ହେକ୍ଟର ଜମିକୁ ଜଳସେଚନ ଯୋଗାଉଥିବା ଉତେଇ ପ୍ରକଳ୍ପରେ ବର୍ତ୍ତମାନ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ , ଜଣେ ବରିଷ୍ଠ ଯନ୍ତ୍ରୀ ଥିବାବଳେ୫ / ୭ ଜଣ କର୍ମଚାରୀ ଅଛନ୍ତି । ଏତେ ବଡ ଯୋଜନାର କେନାଲ ପାଣି ଯୋଗାଣ ପାଇଁ ଯଦି କର୍ମଚାରୀ ଯନ୍ତ୍ରୀ ନଥିବେ ତାହେଲେ ପାଣି ଯୋଗାଣ ସମ୍ଭବ କି ବୋଲି ପ୍ରଶ୍ନ ଉଠୁଛି ।ଏହି ସମସ୍ୟ ଚାଷୀ ମାନଙ୍କ ସମସ୍ୟା କୁ ଦ୍ବିଗୁଣିତ କରୁଛି ସ୍ଥାନୀୟ ବିଧାୟକ ଚାଷୀ ମାନଙ୍କ ପାଇଁ ମୁଁ ସମର୍ପଣ ବୋଲି କହୁଥିବା ବିଧାୟକ ମହୋଦୟ ବିଧାନସଭା ରେ ଉତେଇ ଜଳ ସେଚନ ର ପ୍ରସଙ୍ଗ କାହିଁକି ଉପସ୍ଥାପନା କରିପାରୁନାହାନ୍ତି ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ