ନୃସିଂହ ଚତୁର୍ଦ୍ଦଶୀରେ ୧୨ଗାଦି ଭାଗବତ ମେଳଣ

ନିମାପଡ଼ା,(ସନ୍ତୋଷ ଦାଶ)ଆଜି ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତିଥି। ପ୍ରାତଃରୁ ନିମାପଡ଼ା ବ୍ଲକ ବହାରେଣା ପଞ୍ଚାୟତର ତେନ୍ତୁଳିଗୁଆଁ ଗ୍ରାମର ମା ଭଗବତୀଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା ୧୨ଗାଦି ଭାଗବତ ମେଳଣ। ପ୍ରଥମେ ଥାନପତି ତେନ୍ତୁଳିଗୁଆଁ ଗ୍ରାମର ଭାଗବତ ଗାଦିସ୍ଵ ବିମାନରେ ଠାକୁରାଣୀ ପୀଠସ୍ଥିତ ମେଳଣ ମଣ୍ଡପ ଠାରେ ପହଞ୍ଚିବା ପରେ ମଣ୍ଡପରେ ଅବସ୍ଥାନ କରିଥିଲେ। ପରେ ପରେ ସୁସଜ୍ଜିତ ବିମାନରେ ତୁଳସୀପୁର,ସୁଧ ବାରିମୂଳ,ସିରି କୋଇଲି,କଦଳିବାରି, ଆଟିକାଫୁଟି,ମଧୁସୂଦନପୁର ଶାସନ,ସଇଦାବାଦ,ବାଲୁଙ୍କ ପ୍ରଭୁତି ଗ୍ରାମର ଭାଗବତ ଗାଦି ମେଲଣ ପଡିଆରେ ପହଞ୍ଚି ମଣ୍ଡପରେ ଉପବେଶନ କରିଥିଲେ।ସମସ୍ତ ଠାକୁରଙ୍କୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ମନ୍ଦିର ପୂଜକ ରତ୍ନାକର ମିଶ୍ର,ହୃଦାନନ୍ଦ ତ୍ରିପାଠୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଠାକୁର ମାନଙ୍କ ନିକଟରେ ବାଳ ଭୋଗ,ଅନ୍ନ ଭୋଗ ଲାଗି କରାଯାଇଥିଲା। ଠାକୁର ମାନଙ୍କ ସମ୍ମୁଖରେ ଭାଗବତ ପାଠ କରାଯାଇଥିଲା। ସଂନ୍ଧ୍ୟାରେ ପାରମ୍ପରିକ ପ୍ରଥାନୁସାରେ ୧୨ଗାଦି ଠାକୁରଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇ ଠାକୁର ମାନେ ନିଜ ଗାଁକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ଠାକୁରାଣୀ ପୀଠ ନିକଟରେ ମେଳା ଲାଗିଥିଲା। ୧୨ଗାଦି ମେଳଣ ପାଇଁ ତେନ୍ତୁଳିଗୁଆଁ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ