ବିଡ଼ିଓଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା
କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ବ୍ଲକ ମର୍ଦ୍ଧରାଜ ସମ୍ଳୀଳନି କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମଧ୍ୟାହ୍ନ 12.30 ମିନଟ ସମୟରେ ଆୟୋଜିତ ସଭାରେ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏହା ପରେ ଅଧକ୍ଷା ରେଣୁ ଗୌଡ଼, ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଏବିଡ଼ିଓ ନିରଞ୍ଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କର,ଆକାଉଣ୍ଟ ଅଫିସର ଏମ ଡି ଆଜା ରୁଧିନ ଖାଁ ଙ୍କ ସମେତ ବ୍ଲକ ର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହି ବିଡ଼ିଓଙ୍କ ତିନି ବର୍ଷର କର୍ମ କ୍ଷେତ୍ରର ଅଭିଜ୍ଞତା ଉପରେ ମତବ୍ୟକ୍ତ କରିଥିଲେ । ହୁକୁମ ଜାହିର ନ କରି ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କରିବାର ଅଭିଜ୍ଞତା ଓ ଉତ୍ସାହ କୁ ମନେ ପକାଇ ବାଷ୍ପ ରୁଦ୍ଧ କଣ୍ଠରେ ପ୍ରକାଶ କରିବା ସହ କର୍ମଜୀବନ ସୁଖମୟ ହେଉବୋଲି କାମନା କରିଥିଲେ । ସମସ୍ତଙ୍କ ସହଯୋଗ ଓ ଆନ୍ତରିକତା ପାଇଁ ଜିଲ୍ଲା ସ୍ତରରେ ବ୍ଲକ ଭଲ ପ୍ରଦର୍ଶନ କରିଥିବା ବିଡ଼ିଓ ପ୍ରକାଶ କରିଥିଲେ ।