ଦୀପାବଳୀ ପାଇଁ ଅଖିଳ ଭାରତୀୟ ମାରୱାଡି ମହିଳା ସମିତିର ଦୀପ, ମିଷ୍ଟାନ ବଣ୍ଟନ
ରମ୍ଭା, (ମିଥୁନ ବାରିକ୍):ରମ୍ଭାର ଅଖିଳ ଭାରତୀୟ ମାରୱାଡି ମହିଳା ସମିତି ଏକ ସେବା ସଂଗଠନ ତରଫରୁ ଆସୁଥିବା ଦୀପାବଳୀ ପାଇଁ ବିଭିନ୍ନ ପୂରପଲ୍ଲୀରେ ଯଥା ସlବୁଳିଆ ଗ୍ରାମ ପଞ୍ଚାୟତ, ବାଣିଆ ପଞ୍ଚାୟତ ସ୍ଥିତ ବlଦପଲ୍ଲୀ,ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ର ବିରୁଳିଗଡ଼, କାନଖାଇ, ନିମିଶୂଳl ପରି ଅନେକ ଅପଘଞ୍ଚ ଅଞ୍ଚଳର ଗ୍ରାମ ମାନଙ୍କରେ ଦୀପ, ଧୂପ,କେଣ୍ଡେଲ, ତେଲ,ଓ ମିଷ୍ଟାନ ବଣ୍ଟନ କରିଥିଲେ l ଏହା ପୂର୍ବରୁ ଅନେକ ଗ୍ରାମ ମାନଙ୍କରେ ଏହି ମାରୱାଡି ସମିତି ଗରିବ ମାନଙ୍କୁ ଛତା, ଜୋତା, ପୋଷାକ, କମଳ, ବଣ୍ଟନ ସହ ଖରାଦିନେ ବାଟୋଇ ମାନଙ୍କୁ ଥଣ୍ଡା ପାନୀୟ ଏବଂ ଗରିବ ପାଠ ପଢା ପିଲାମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି l ଏହା ଆଗକୁ ଆହୁରି ଲୋକମାନଙ୍କୁ ଅନେକ ଅନେକ ସେବା ଯୋଗାଇବ ବୋଲି ସମିତିର ସଭାପତି ଶ୍ରୀମତୀ ଆଶା ବଜାଜ ମତ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସନ୍ତୋଷ ବଜାଜ, ଦୀପକ ବଜାଜ, କାଳିଆ ବେହେରା, ମନୋଜ ପ୍ରଧାନ, ରାଜବାବୁ ରାଓ, ମିଥିନେସ ଦାସ, ଶାନ୍ତନୁ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ନାହାକ ଗଣ ମାଧ୍ୟମ ପ୍ରତିନିଧି ବନବାସୀ ସେଠୀ ପରିଚାଳନା ସହ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l