୭୧ତମ ବନ ମହୋତ୍ସବ ପାଳିତ

ଶେରଗଡ଼, (ଦେବୀ ପ୍ରସାଦ ଦାସ): ଧରାକୋଟ ସେକ୍ସନ,ଆସିକା ବନାଞ୍ଚଳ ଦକ୍ଷିଣ ଘୁମୁସୁର ବନଖଣ୍ଡ ,ଭଞ୍ଜନଗର ଦ୍ୱାରା ୭୧ତମ ବନ ମହୋତ୍ସବ ପାଳିତ-ଖିରିଡ଼ା ଠାରେ ପାଳନ ହୋଇଯାଇଛି l ଏଥିରେ ଫରେଷ୍ଟ୍ର ଦୁର୍ଗା ମାଧବ ମିଶ୍ର ଯୋଗଦେଇ ଗଛ ଲଗାଅ ଓ ତାକୁ ଭଲପାଅ,ସେ ଦିନେ ତୁମକୁ ସୁରକ୍ଷା ଦେବ ବୋଲି କହିଥିଲେ,ସରପଞ୍ଚ ଅଜିତ କୁମାର ଜେନା ବୃକ୍ଷ ହିଁ ଜୀବନ,ପରିବେଶର ସୁରକ୍ଷା ନିମିତ୍ତ ବୃକ୍ଷ ଲଗାଇବା ଓ ତାର ଯତ୍ନ ନେବା ନିମନ୍ତେ ବାର୍ତା ପ୍ରଦାନ କରିବା ସଙ୍ଗେ ସଙ୍ଗେ କରୋନା ମହାମାରୀରୁ କିଭଳି ସତର୍କ ହୋଇ ଚାଲିବା ସଚେତନ କରାଇଥିଲେ ଏବଂ ଜାତୀୟ ଯୁବ ସ୍ୱଛାସେବୀ ତଥା ଟ୍ରୀ ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ପୃଥିବୀର ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଓ ତାର ଯତ୍ନ ନେବା ପାଇଁ ପ୍ରଵତ୍ତାଇ ଥିଲେ l ବାଉରୀ ସାହି,ଆମ୍ବଡା ବନ ଡି.ପି.ଏଫ ଓ ମଲ୍ଲିଝର ଡି.ପି.ଏଫ ଠାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା ଏବଂ ପରବର୍ତୀ ସମୟରେ ୧୫୦୦୦ ବୃକ୍ଷ ରୋପଣ କରାଯିବ ବୋଲି ନିଷ୍ପତି କରାଯାଇଥିଲା l ବାବୁ ଗୌଡ଼,ଗଜେନ୍ଦ୍ର ନାୟକ,ଟୁଟୁ ବିଷୋୟୀ ଏବଂ ଫରେଷ୍ଟ ଗାର୍ଡ ଚୁମୁକି ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ