କଙ୍ଗନା-ତାପସୀଙ୍କ ଟକ୍କର

କଙ୍ଗନା ରାନାୱତଙ୍କ ସୋସିଆଲ ମିଡିଆ ଟିମ୍ ଶନିବାର ତାପସୀ ପନ୍ନୁଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ଅନ୍ୟ ଅଭିନେତ୍ରୀମାନେ କରିଥିବା ପରିଶ୍ରମର ଫଳକୁ ତାପସୀ ଛଡ଼ାଇ ନେଉଛନ୍ତି। ଏଥିସହିତ ଉକ୍ତ ଅଭିନେତ୍ରୀଙ୍କ ବିରୋଧରେ ଏକଜୁଟ୍ ମଧ୍ୟ ହେଉଛନ୍ତି। କଙ୍ଗନାଙ୍କ ଟିମ୍ ଟ୍ବିଟରରେ ତାପସୀଙ୍କୁ ଟ୍ୟାଗ୍ କରି ଏହି ଅଭିଯୋଗ କରିଛନ୍ତି। କଙ୍ଗନାଙ୍କ ଟିମ୍ ଟ୍ବିଟରରେ ଲେଖିଛନ୍ତି ଯେ ବାହାରର କୌଣସି ତୋଷାମଦକାରୀ ନିୟମିତ ରୂପରେ କଙ୍ଗନାଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଅଭିଯୋଗକୁ ଏଡ଼ାଇବା କରିବା ଲାଗି ଚେଷ୍ଟା କରୁଛନ୍ତି। ସେ ମୁଭି ମାଫିଆଙ୍କ ଗୁଡ୍ ବୁକରେ ରହିବା ପାଇଁ ଚାହୁଛନ୍ତି। କଙ୍ଗନାଙ୍କ ବିରୋଧରେ ଠିଆହେବା ଯୋଗୁ ତାଙ୍କୁ ପୁରସ୍କାର ଓ ସିନେମା ମଧ୍ୟ ମିଳୁଛି। ଖୋଲାଖୋଲି ସେ ମହିଳାଙ୍କୁ ପ୍ରତାରିତ ମଧ୍ୟ କରୁଛନ୍ତି। ତୁମକୁ ଲାଜ ଲାଗିବା କଥା, ତାପସୀ ତୁମେ ଅନ୍ୟମାନଙ୍କ ସଂଘର୍ଷର ଫଳ ଛଡ଼ାଇ ନେଉଛ ଓ ତାଙ୍କ ବିରୋଧରେ ଏକଜୁଟ୍ ମଧ୍ୟ ହେଉଛ ବୋଲି ଏହି ଟ୍ବିଟରେ ଲେଖାଯାଇଥିଲା। ତେବେ ତାପସୀ ଏହାର ଜବାବ ସିଧାସଳଖ ଦେଇ ନାହାନ୍ତି। ଏହା ବଦଳରେ ସେ ଟୋନି ଗାସ୍କିନ୍ସଙ୍କ ମୋଟିଭେସନାଲ କୋଟେସନ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ କହିଛନ୍ତି ଯେ ନିନ୍ଦୁକ ଲୋକଙ୍କୁ ସବୁବେଳେ କିଛି ବି ସକାରାତ୍ମକ କଥା କହିବା ପାଇଁ ନକାରାତ୍ମକ ଉଦାହରଣର ଆବଶ୍ୟକତା ପଡ଼ିଥାଏ। ମୋ ଜୀବନରେ ମୁଁ କେତେକ ଜିନିଷକୁ ପାଳନ କରିଛି। ବିଶେଷକରି ଗତ କିଛି ମାସ ମଧ୍ୟରେ ଜୀବନକୁ ଉତ୍ତମ ଭାବେ ଦେଖିବା ଲାଗି ଏହା ମତେ ସାହାଯ୍ୟ କରିଛି। ଏହାଦ୍ବାରା ମତେ ବହୁତ ଶାନ୍ତି ଓ ଏକ ବିଚାରଧାରା ମିଳିଛି। ଯାହାକୁ ମୁଁ ଶେୟାର କରୁଛି ବୋଲି ତାପସୀ ଲେଖିଛନ୍ତି। ତାପସୀ ଆହୁରି ମଧ୍ୟ ଲେଖିଛନ୍ତି ନିନ୍ଦୁକ ଲୋକେ କେବେ ବି ଆପଣଙ୍କ ପାଇଁ ଖୁସି ହୋଇପାରନ୍ତି ନାହିଁ। କାରଣ ସେ ନିଜକୁ ଘୃଣା କରନ୍ତି। ତେଣୁ ତାଙ୍କ ସହିତ ନିଜେ ବି ଖରାପ ହୁଅ ନାହିଁ। ଏଣୁ ନିଜେ ଉତ୍ତମ ବ୍ୟକ୍ତି ହୁଅନ୍ତୁ ଏବଂ ନିନ୍ଦୁକ ଲୋକଙ୍କୁ ସଦବୁଦ୍ଧି ଓ ପରିପକ୍ବତା ମିଳୁ ବୋଲି ପ୍ରାର୍ଥନା କରନ୍ତୁ ବୋଲି ତାପସୀ ଲେଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ