ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ:- ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଇଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ । ଏହି ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ଥର ପାଇଁ ସେ ଏପରି ସଫଳତା ହାସଲ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଶ୍ରେଷ୍ଠ ୭ ଜଣଙ୍କ ମଧ୍ୟରେ ବିଜେପିରୁ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି।୧୮% ଭୋଟ୍ ସହ ଯୋଗୀ ଆଦିତ୍ୟନାଥ ତାଲିକାର ସର୍ବାଗ୍ରେ ଅଛନ୍ତି। ତାଙ୍କ ପଛକୁ ଯୁଗ୍ମ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି। ଏ ଦୁହିଁଙ୍କୁ ୧୧% ଭୋଟ୍ ମିଳିଛି। ନୀତୀଶ କୁମାର ୧୦% ଭୋଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।ତାଙ୍କ ପଛକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬% ଭୋଟ୍ ସହ ଚତୁର୍ଥସ୍ଥାନରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ