୬ ଓ୍ବିକେଟରେ ଜିତିଲା ଭାରତ

ଅକଲ୍ୟାଣ୍ଡ : ବିରାଟ କୋହଲିଙ୍କ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରିବାରେ ସକ୍ଷମ ହୋଇଛି । ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଆରମ୍ଭ କରିଛି ଭାରତ । ଏହି ବିଜୟ ସହିତ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରୁଛି । ୨୦୪ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ସର୍ବାଧିକ ୫୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ୫୬ ରନ୍‌ର ଇନିଂସ ଖେଳିଥିଲେ । ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ କୋହଲି । ଭାରତୀୟ ବୋଲିଂକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଅନାୟାସରେ ଆକ୍ରମଣ କରିଥିଲେ । ଦୁଇ ଓପନର ମାର୍ଟିନ୍‌ ଗପ୍ତିଲ (୩୦) ଏବଂ କଲିନ୍‌ ମୁନ୍ରୋ (୫୯) ପ୍ରଥମ ଓ୍ବିକେଟ୍‌ରେ ୫୯ ରନ୍‌ ସଂଗ୍ରହ କରିଥିଲେ । ମୁନ୍ରୋଙ୍କ ୪୨ ବଲ୍‌ ଇନିଂସରେ ୬ ଚୌକା ଏବଂ ଦୁଇ ଛକ୍କା ସାମିଲ ଥିଲା । ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ୫୧ ଏବଂ ରସ୍‌ ଟେଲରଙ୍କ ୫୪ ରନ୍‌ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୩ ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ୬ ଜଣ ବୋଲର ନିୟୋଜିତ କରାଯାଇଥିବାବେଳେ ମହମ୍ମଦ ସାମିଙ୍କ ବ୍ୟତିତ ସମସ୍ତ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ