ବିଜେପିର ୮୦ ସଂଖ୍ୟା ଲଘୁ ନେତାଙ୍କ ଇସ୍ତଫା

ଇନ୍ଦୋର : ମଧ୍ୟପ୍ରଦେଶର ଇନେ୍ଦାରଠାରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରତିବାଦରେ ବିଜେପି ସଂଖ୍ୟାଲଘୁ ପ୍ରକୋଷ୍ଠର ୮୦ ରୁ ଅଧିକ ନେତା ଇସ୍ତଫା ଦେଇଛନ୍ତି । ଏହି ନେତାମାନେ ବିଶେଷ ଭାବେ ଇନ୍ଦୋର ସମେତ ଖାଡ଼ଗନ, ଦେୱାସ ଓ ମାହୋ ଅଞ୍ଚଳର ବୋଲି ଜଣାପଡ଼ିଛି । ଗତ ସପ୍ତାହରେ ଏହି କାରଣରୁ ସଂଖ୍ୟାଧିକ ବିଜେପି କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇଥିବା ନେତାମାନେ ହିନ୍ଦୁ-ମୁସଲମାନଙ୍କୁ ନେଇ ଚାଲିଥିବା ବିତର୍କ ବନ୍ଦ ହେବା ଉଚିତ ବୋଲି ମତ ଦେଇଛନ୍ତି । ଦେଶରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ମନ୍ଦିର-ମସଜିଦ, ତିନି ତଲାକ, ଧାରା ୩୭୦ ଉଚ୍ଛେଦ, ନାଗରିକତ୍ୱ ଭଳି ପ୍ରସଙ୍ଗ ଉପରେ ଅତ୍ୟଧିକ ଜୋର ଦିଆଯିବା ଅନୁଚିତ ବୋଲି ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ